ଯୁବକଙ୍କ ଉଦ୍ୟମ ଆଣିଲା ପରିବର୍ତ୍ତନ

0

ରାୟଗଡା : ରାୟଗଡା ଜିଲା ଗଡିଶେଖାଳ ଗ୍ରାମ ପଞ୍ଚାୟତରେ ୫୦%ରୁ ଊର୍ଦ୍ଧ୍ବ ପରିବାର ଶୌଚାଳୟର ବ୍ୟବହାର କରୁନଥିବା ଜଣାପଡିଛି। ଏହାକୁ ନେଇ କିଛି ସ୍ଥାନୀୟ ଯୁବକ ସରପଞ୍ଚଙ୍କ ସହ ପଦଯାତ୍ରା ମାଧ୍ୟମରେ ଶୌଚାଳୟ ପାଇଁ ଏକ ବାଲ୍ଟି ଜଳର ଅଭିଯାନ ଆରମ୍ଭ କରିଛନ୍ତି। ଏକ ୭୦ ଜଣିଆ ପ୍ରତିନିଧି ଦଳ ଗ୍ରାମରେ ଏକ ମାସ ଧରି ଏହି ଅଭିଯାନ ଚଳାଇ ଆସିଛନ୍ତି। ଗ୍ରାମର ଏଭଳି ଅଭିଯାନ ଅନ୍ୟ ୧୬ଟି ଗ୍ରାମ ପାଇଁ ଆଦର୍ଶ ପାଲଟିଛି।

ଏବେ ଯୁବଗୋଷ୍ଠୀ ସମାଜର ଉନ୍ନତିରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରୁଛନ୍ତି। ଏଥିପାଇଁ ସେମାନଙ୍କୁ କେବଳ କେତକ ବିଷୟରେ ସଚେତନ କରିବାର ଆବଶ୍ୟକତା ରହିଛି ।  ସିଓ୍ୱାଇଏସ୍‌ଡି ପରି ସାମାଜିକ ସଂସ୍ଥା ଏଥିପାଇଁ ଆବଶ୍ୟକୀୟ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି । ଏଥିଯୋଗୁଁ ଅନେକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଯୁବକ ସଚେତନ ହେବା ସହ ନିଜ ଅଞ୍ଚଳରେ କିପରି ବିକାଶର ଧାରା ବଜାୟ ରହିବ । ସରକାରଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ବିକାଶନ୍ନୋମୁଖୀ କାର୍ଯ୍ୟକ୍ରମର ଲାଭ ସେମାନେ ପାଇପାରିବେ ସେ ବିଷୟରେ ସଚେତନ ହେବା ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାୟଗଡା ଜିଲ୍ଲାର ଗଡିଶାଖାଳ ଗ୍ରାମ ପଞ୍ଚାୟତ ଏହାର ଏକ ଉଦାହରଣ ।

Leave A Reply