ରେଭେନ୍ସା ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ ଲଘୁ ଚଳଚ୍ଚିତ୍ର ‘ଅତୀତ’

0
151

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଏକ ଲଘୁ ଚଳଚ୍ଚିତ୍ରର ନିର୍ମାଣ କରିଛନ୍ତି। ଏହି ଚଳଚ୍ଚିତ୍ରର ନାମ ରହିଛି ‘ଅତୀତ’। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱ ଗୁଲସନ ମହାନ୍ତ ତୁଲାଇ ଥିବାବେଳେ ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି ଅଜୟ କୁମାର ବେହେରା।
‘ଅତୀତ’ ଚଳଚ୍ଚିତ୍ରର ଟ୍ରେଲର ମୁକ୍ତିଲାଭ କରିସାରିଛି। ଅନେକ ରହସ୍ୟଜନକ ଦୃଶ୍ୟକୁ ନେଇ ଚଳଚ୍ଚିତ୍ର କାହାଣୀ ଆଗକୁ ବଢିଥିବା ଟ୍ରେଲରରେ ଦେଖିବାକୁ ମିଳିଛି। ଚିନ୍ମୟ ଦାସ, ବିଶ୍ୱଜିତ, ପଲ୍ଲବୀ ପ୍ରମୁଖ କଳାକାର ଚଳଚ୍ଚିତ୍ରର ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି। ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ କଳା ଦକ୍ଷତାକୁ କତ୍ତୃପକ୍ଷ ଦୃଷ୍ଟିଦେଲେ ଏହାର ବିକାଶ ହୋଇପାରିବ ବୋଲି ଛାତ୍ରଛାତ୍ରୀ ମାନେ କହିଛନ୍ତି।

LEAVE A REPLY

Please enter your comment!
Please enter your name here