ଚାଲିଛି ଚାରି ନାହାକା ନିର୍ମାଣ

0

ପୁରୀ : ଶ୍ରୀଜୀଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ଶୁକ୍ରବାର ଚାରି ନାହାକା ନିର୍ମାଣ ଆରମ୍ଭ ହୋଇଛି। ତିନି ରଥପାଇଁ ୧୨ଗୋଟି ନାହାକା ଆବଶ୍ୟକ। ପ୍ରତି ରଥରେ ୪ଟି ଲେଖାଏଁ ନାହାକା ସଂଯୋଗ କରାଯିବ । ଧଉଁରା ଓ ସାହାଜ କାଠ ଚାରି ନାହାକା ପାଇଁ ଉପଯୋଗୀ। ଭୂଇଁ ନିର୍ମାଣ ପାଇଁ ମୁଖ୍ୟ ମହାରଣା ଚଉତାରେ ସୂତାବାଡେଇ ଚିହ୍ନ ଦେଇଛନ୍ତି। ଶନିବାର ଭୂଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବବୋଲି ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ପ୍ରତି ରଥରେ ତିନୋଟି ଲେଖାଏଁ ଭୂଇଁ ଲଗାଯିବ। ରଥ ସିଂହାସନ ତଳ କାଠକାମ ଶେଷ ହୋଇଛି। ନନ୍ଦିଘୋଷ ରଥପାଇଁ ନିର୍ମିତ ଗୋଟିଏ ଚକର ତୁମ୍ବରେ ଫାଟ ସୃଷ୍ଟିହେବା ଯୋଗୁଁ ନୂଆଚକ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଖପୁରିଆ କରତକଳରୁ ଆଉ ୩୦ଟି ପହି ଆସି ପହଞ୍ôଚଛି। ୪୨ଚକ ମଧ୍ୟରୁ ୩୫ଟିର ନିର୍ମାଣ ସରିଛି। କଣଗୁଜ, ଓରା, ମୁହାଣ୍ଟ, ନିରାଡି, ତୁମ୍ବ, ଅର ଓ ପହି ନିର୍ମାଣ ଶେଷ ହୋଇଛି। ପ୍ରବଳ ଖରାଯୋଗୁଁ ତୁମ୍ବ ଫାଟିବାର ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥା ପାଇଁ ଲୁହା ପନ୍ଦାରୀ ଓ ବଳା ଲଗାଯାଉଛି। ଶ୍ରୀଜୀଉଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଆଗାମୀ ଜୁଲାଇ ୧୪ତାରିଖ ଦିନ ଅନୁଷ୍ଠିତ ହେବ।

Leave A Reply