ରବିବାର ରାଶିଫଳ

0

ମେଷ: ଧର୍ମ ବିଶ୍ବାସୀ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରି ଗର୍ବିତ ହେବେ।

ବୃଷ: ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରି ସୁଖୀ ହେବେ।

ମିଥୁନ: ରୋଜଗାର କମିଯାଇପାରେ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଈର୍ଷା ପରିତ୍ୟାଗ କଲେ ସାମାଜିକ ସ୍ତରରେ ଆଦରଣୀୟ ହେବେ। ସ୍ବାଭିମାନୀ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବା ଆଶା କରାଯାଏ।

କର୍କଟ: ଯାତ୍ରା ପାଇଁ ବାତାବରଣ ଅନୁକୂଳ ରହିଛି। ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହୋଇପାରେ। ସମାଜ ସେବା ପ୍ରତି ମନବଳାଇ ପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ କଥାରେ ଚଳିବେ।

ସିଂହ: ଅନଟନରୁ ଉଧୁରୀ ଯାଇପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ବଦଖର୍ଚ୍ଚୀ ହୋଇପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଶତ୍ରୁହନ୍ତା ହେବେ।

କନ୍ୟା: ବନ୍ଧୁମେଳରେ ଆନନ୍ଦ ଅନୁଭବ କରିପାରନ୍ତି। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିପାରେ। ଧାର୍ମିକ, ତେଜସ୍ବୀ ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ।

ତୁଳା: କାର୍ଯ୍ୟ କ୍ଷେତ୍ରରେ ଅଧିକ ସଫଳତା ଲାଭ କରିପାରନ୍ତି। କର୍ତ୍ତବ୍ୟ ନିଷ୍ଠ ହୋଇପାରନ୍ତି। ଉଦାର ପ୍ରକୃତିର ହେବେ। ଦାନକୁ ଶ୍ରେଷ୍ଠ କର୍ମ ଭାବେ ବିବେଚନା କରିବେ। ଶୋଭନ ବ୍ୟକ୍ତିତ୍ବର ପରିଚୟ ଦେବେ। କୃଷିରୁ ଲାଭ ମିଳିବ।

ବିଛା: ମାନସିକ ବ୍ୟସ୍ତତା ବୃଦ୍ଧି ହୋଇପାରେ। ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହୋଇପାରନ୍ତି। ମଧୁରଭାଷୀ ହେବେ। ପ୍ରେମୀ ଓ ସାହସୀ ହେବେ। ଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିବ।

ଧନୁ: କାର୍ଯ୍ୟଭାର ଅଦଳବଦଳ ହୋଇପାରେ। ଲୋଭଗ୍ରସ୍ତ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ସ୍ତ୍ରୀ ବିଳାସୀ ହେବେ। ମିତ୍ର ସୁଖ ଲାଭ କରି ଭାବବିହ୍ବଳ ହୋଇପାରନ୍ତି।

ମକର: ମନ ଦେଇ କାର୍ଯ୍ୟ କରି ଚାଲିବେ। ବଳଶାଳୀ ହୋଇପାରନ୍ତି। ବ୍ୟବସାୟ ପାଇଁ ମନ ବଳାଇ ପାରନ୍ତି। ଉତ୍ତମ ଭୋଜନ ମିଳିବ। ସୁଖୀ ଦମ୍ପତିର ପରିଚୟ ଦେବେ। ମୋକଦ୍ଦମାରେ ବିଜୟୀ ହେବା ସହିତ ଅର୍ଥ ପ୍ରାପ୍ତ ହେବେ।

କୁମ୍ଭ: ସୀମିତ ଅର୍ଥରେ ଅଭାବ ମେଣ୍ଟାଇବା କଷ୍ଟପ୍ରଦ ହେବ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଥଣ୍ଡାକଫ ଜନିତ ସାମାନ୍ୟ ପୀଡ଼ା ଅନୁଭବ କରିବେ। ଚଞ୍ଚଳ ସ୍ବଭାବର ହେବେ। ସ୍ନେହବୋଳା କଥା କହି କାର୍ଯ୍ୟ ହାସଲ କରିବେ। ସାହସୀ ଓ ଜ୍ଞାନୀ ହେବେ।

ମୀନ: ରୋଜଗାର ଊଣା ହେବ ନାହିଁ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଜନତାଙ୍କ ପ୍ରିୟ ପାତ୍ର ହେବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଯାନବାହନ ସୁଖ ମିଳିବ।

Leave A Reply