ଶନିବାର ରାଶିଫଳ

0

ମେଷ: ଅସୁବିଧାର ସମ୍ମୁଖୀନ ହେବେ। ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଅତି ଜରୁରୀ। ଅଯଥା ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ଶୁଭକାର୍ଯ୍ୟରେ ଯୋଗ ଦେବେ। ବିଦ୍ୟାର୍ଥୀ ସୁଖୀ ହେବେ।

ବୃଷ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖଳଲୋକଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। କୌଣସି ଘଟଣାକୁ କେନ୍ଦ୍ରକରି କ୍ରୋଧିତ ହେବେ। ପୁତ୍ର ସୁଖ ମିଳିବ। ବିଦ୍ୟାର୍ଥୀଙ୍କ ଶୁଭଫଳ।

ମିଥୁନ: ଚୌରଭୟ ଅଛି। ପ୍ରୀତି ଲାଭ କରିପାରନ୍ତି। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ପାରିବାରିକ ସୁଖ ମିଳିବ। ବ୍ୟବସାୟରେ ଲାଭବାନ ହେବେ। କେତେକ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

କର୍କଟ: ପଡ଼ୋଶୀଙ୍କ ପାଇଁ ଚିନ୍ତିତ ହୋଇପାରନ୍ତି। ମନରେ ଗର୍ବ ଭାବ ଉଦ୍ରେକ ହୋଇପାରେ। ଉପୁଜି ଥିବା ସମସ୍ୟାର ସମାଧାନ ହେବ। କାର୍ଯ୍ୟରେ ସଫଳତା ମିଳିବ। ମନଫୂର୍ତ୍ତି ରହିବ। ଆୟ ବୃଦ୍ଧି ହେବ। ବିଦ୍ୟାର୍ଥୀ ଆଗେଇବେ।

ସିଂହ: ମାନସିକ ଶାନ୍ତି ହରାଇପାରନ୍ତି। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ବହୁ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ସାମାନ୍ୟ ଘଟଣାକୁ କେନ୍ଦ୍ରକରି ବିବାଦ ଉଙ୍କି ମାରିପାରେ। ଶତ୍ରୁନାଶ କରିପାରନ୍ତି। ବିଦ୍ୟାର୍ଥୀଙ୍କୁ ଶୁଭଫଳ।

କନ୍ୟା: ପାରିବାରିକ ଜଞ୍ଜାଳ ବୃଦ୍ଧି ହେବ। ସାଙ୍ଗଠନିକ କାର୍ଯ୍ୟ ନିର୍ବାହ କରିପାରନ୍ତି। ଆନନ୍ଦ ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ ହେବ। ଧନଲାଭ ହେବାର ସୂଚନା ମିଳୁଛି। ସମ୍ମାନିତ ହେବେ। ବିଦ୍ୟାର୍ଥୀ ପରୀକ୍ଷା ପାଇଁ ଯତ୍ନବାନ ହେବେ।

ତୁଳା: ସାଧାରଣ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ସମସ୍ତ କାର୍ଯ୍ୟ ଜଗି ରଖି କରିବାକୁ ପଡ଼ିବ। ପ୍ରଭୂତ ଗୁଣର ଅଧିକାରୀ ହେବେ। ବିଦ୍ୟାର୍ଥୀ ବିନୀତ ହେବେ।

ବିଛା: ନିଜ କାର୍ଯ୍ୟରେ ସମୀକ୍ଷା କରିବେ। ଆଶାବାଦୀ ହୋଇପାରନ୍ତି। ମନ ଇତସ୍ତତଃ ହୋଇପାରେ। କୌଣସି ଘଟଣା ମନକୁ ବିବ୍ରତ କରିପାରେ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ଧନଭୋଗ ସହିତ ତେଜୀୟାନ ହେବେ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

ଧନୁ: ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ଆଶାବାଦୀ ହେବେ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଲକ୍ଷ୍ମୀ ବରଦାୟିନୀ ଅଛନ୍ତି। ବିଦ୍ୟାର୍ଥୀ ମନଯୋଗୀ ହେବେ।

ମକର: ଷଡ଼ଯନ୍ତ୍ରରେ ପଡ଼ି ଦୁଃଖିତ ହେବେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କାର୍ଯ୍ୟରେ ସଫଳତା ଲାଭ କରିବେ। ସୁଖ ଶାନ୍ତିରେ ଦିନଟି ଅତିବାହିତ ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

କୁମ୍ଭ: ଆୟ ହେବ; ମାତ୍ର କଷ୍ଟ ସ୍ୱୀକାର କରିବାକୁ ପଡ଼ିବ। ଜ୍ଞାନ ଗରିମାର ପରିଚୟ ଦେବେ। ଜଣେ ମହାମନୁଷ୍ୟର ପରିଚୟ ସୃଷ୍ଟି କରିବେ। ବ୍ୟବସାୟ ଲାଭଜନକ ହେବ। ଅଧସ୍ତନ କର୍ମଚାରୀଙ୍କ ପ୍ରିୟପାତ୍ର ହେବେ। ବିଦ୍ୟାର୍ଥୀ କୃତଜ୍ଞ ହେବେ।

ମୀନ: ମନ ଅସ୍ତିର ରହିପାରେ। ଶ୍ରମ ସାର୍ଥକ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଚିନ୍ତାଧାରା ଉନ୍ନତମାନର ହେବ। ଉପୁଜି ଥିବା ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ଆଶାଜନକ ଫଳ ମିଳିବ। ବିଦ୍ୟାର୍ଥୀ ମନଯୋଗୀ ହେବେ।

Leave A Reply