ରବିବାର ରାଶିଫଳ

0

ମେଷ: କର୍ମକ୍ଷେତ୍ରରୁ ଅଶାନ୍ତି ଦୂର କରିବାରେ ସକ୍ଷମ ହେବେ। ବହୁଧନ, ପୁତ୍ର, ଉତ୍ତମବଂଶରୁ କନ୍ୟା ଆଣିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ସୁଖୀ ହେବେ। ସରକାରୀ ଅର୍ଥ ମିଳିବ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ସବୁ କିଛି ମିଳିପାରେ।

ବୃଷ: ସୁଖ-ସମ୍ମାନ ଲାଭ କରିବେ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ଯାନବାହନ ସୁଖ ମିଳିବ। ରାଜଉଆସ ଭଳି ଗୃହରେ ବାସ କରିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପରୋପକାରୀ ହୋଇପାରନ୍ତି।

ମିଥୁନ: ବ୍ୟବସାୟରେ ଲାଭବାନ ହେବେ। କର୍ମ ଚଞ୍ଚଳ ରହିପାରନ୍ତି। ଦାତା, ଭୋକ୍ତା, ଗୁଣବାନ, ଧନୀ ଓ ମାନୀ ହେବାର ସୂଚନା ମିଳୁଛି। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ପତ୍ନୀଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବେ।

କର୍କଟ: ଦେବ ଦର୍ଶନରେ ଆତ୍ମ ସନ୍ତୋଷ ମିଳିବ। ସେବା ପୂଜାରେ ମନୋନିବେଶ କରିପାରନ୍ତି। ଶତ୍ରୁନାଶ କରି ଆଶ୍ୱସ୍ତ ହେବେ। ଧନବାନ ହେବେ। ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ପତ୍ନୀଙ୍କ ସ୍ୱାସ୍ଥ୍ୟ ହାନି ଘଟିପାରେ।

ସିଂହ: ଶତ୍ରୁନାଶ କରିବେ। ମାମୁଙ୍କ ଦ୍ୱାରା ମାନ ଭଙ୍ଗହେବ। ପଶୁ ଧନାଦି ଯୁକ୍ତ ହେବେ। ନୀରୋଗୀ ହୋଇପାରନ୍ତି। ଯେକୌଣସି କାରଣରୁ ମନରେ ଭୟର ସଞ୍ଚାର ହୋଇପାରେ। ସାମାନ୍ୟ ମାତ୍ରାର କ୍ଳେଶ ଭୋଗିବେ।

କନ୍ୟା: ପୂର୍ବାନୁଭୂତିର ପୁନରାବୃତ୍ତି ହୋଇପାରେ। ବନ୍ଧୁ ଦର୍ଶନରେ ଉପକୃତ ହୋଇପାରନ୍ତି। ପର ଧନରେ ଧନୀ ହେବେ। ଯୁବତୀ ମନୋରଞ୍ଜନକାରୀ, ରଜତ ଧନଦ୍ୱାରା ଧନଶାଳୀ, ରସିକ ଓ ବାଚାଳ ହୋଇପାରନ୍ତି।

ତୁଳା: ଚିନ୍ତିତ ହେବେ। ଧର୍ମପ୍ରିୟ ହୋଇପାରନ୍ତି। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ସମ୍ମାନର ଅଧିକାରୀ ହେବେ। ଶିଳ୍ପ ପାରଦର୍ଶୀ ହେବେ। ହାସ୍ୟଯୁକ୍ତ, ଯୁବତୀ ପ୍ରିୟ ଓ ଚଞ୍ଚଳ ଜେଷ୍ଟିତ ହେବେ। ପୂଜ୍ୟ ହେବେ। ଯାନବାହନଯୁକ୍ତ ହେବେ।

ବିଛା: ପରିବେଶ ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ଧନଭୋଗର ସୂଚନା ମିଳୁଛି। ଐଶ୍ୱର୍ଯ୍ୟ ପ୍ରାପ୍ତିର ସମୟ ଉପସ୍ଥିତ। ତେଜୀୟାନ ହେବେ। ବାହୁରେ ପୀଡ଼ା ଉପୁଜିପାରେ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିବେ।

ଧନୁ: ନୃତ୍ୟ, ସଙ୍ଗୀତ ପ୍ରିୟ ହେବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିବେ। ଧର୍ମ ମାର୍ଗରେ ମନୋନିବେଶ କରିବେ। ରାଜତୁଲ୍ୟ ହୋଇପାରନ୍ତି। ଦେଶାଦିରେ ଆଧିପତ୍ୟ ବିସ୍ତାର କରିବେ। କୃଷି କର୍ମକାରୀ ହେବେ। ଯାନବାହନ ସୁଖ ମିଳିବ।

ମକର: ଉପକାରୀର ପ୍ରତ୍ୟୁପକାର କରିପାରନ୍ତି। ଉଚ୍ଚ ସମ୍ମାନ ଲାଭ କରିବେ। ଯଶସ୍ୱୀ ହେବେ। ବିବାଦରେ ବିଜୟୀ ହେବେ। ପ୍ରତିଯୋଗିତାରେ ସଫଳ ହେବେ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବା ଆଶା କରାଯାଏ।

କୁମ୍ଭ: ସାମୟିକ ଭାବେ ଆଳସ୍ୟ ପରାୟଣ ହୋଇପାରନ୍ତି। ଧନବାନ, ଗୁଣଯୁକ୍ତ ଓ ପରୋପକାରୀ ହେବେ। ଉପାର୍ଜନ ଊଣା ହେବ ନାହିଁ। ତ୍ୟାଗଶୀଳ ଓ ନୀତିନିଷ୍ଠ ହେବେ। ବିବିଧ ଧନଯୁକ୍ତ ହେବେ। ଚଞ୍ଚଳମନା ହୋଇପାରନ୍ତି।

ମୀନ: ବହୁ ଶୁଭଫଳ ଆଶା କରାଯାଏ। ଅପରାହ୍ଣରେ ଅଧିକ ଧନ ଅର୍ଜନ କରିପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ।

Leave A Reply