ଗୁରୁବାର ରାଶିଫଳ

0

ମେଷ: ପରୋପକାର କରି ଆତ୍ମ ତୃପ୍ତି ଲାଭ କରିବେ। ଉଚ୍ଚ ସମ୍ମାନ ଲାଭ କରିବେ। ମନ ପ୍ରସନ୍ନ ରହିବ। ଧର୍ମ ପରାୟଣ ହେବେ। ମିଷ୍ଟଭାଷୀ ହୋଇପାରନ୍ତି। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ।
ବୃଷ: ଇଚ୍ଛା କରୁଥିବା ସୁବିଧା ସୁଯୋଗ ଅକ୍ଳେଶରେ ପାଇବେ। ଉଚ୍ଚଆଶା ଫଳବତୀ ହେବ। ଭାଗ୍ୟଶାଳୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ମିତ୍ର ସୁଖ ଲାଭ କରିପାରନ୍ତି।
ମିଥୁନ: ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବା ଯୋଗୁଁ ରୁଚିକର ଭୋଜନ ମିଳିବ। ବିଭିନ୍ନ ସ୍ତରରୁ ଏପରିକି ସରକାରୀ ଅର୍ଥ ମିଳିପାରେ। ଶରୀର ସୁସ୍ଥ ରହିବ। ମାଲି-ମୋକଦ୍ଦମାରେ ଜିଣି ଧନଲାଭ ହେବ।
କର୍କଟ: ବ୍ୟୟଭାର ବଢ଼ି ଯାଇପାରେ। ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ଗହଳିରେ ସମୟ କଟାଇବାକୁ ଅନିଚ୍ଛା ପ୍ରକାଶ କରିପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। ପ୍ରିୟଭାଷୀ ହେବେ।
ସିଂହ: ଚାହୁଁଥିବା ସାହାଯ୍ୟ ମିଳିପାରେ। ମୂଲ୍ୟବାନ ଦ୍ରବ୍ୟ ହେବ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ କରିବେ। କରିତ୍‍କର୍ମା ହେବେ।
କନ୍ୟା: ଯାହା ଇଚ୍ଛା କରିବେ ସବୁ କିଛି ମିଳି ଯିବ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଚିତ୍ତ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରି ଖୁସି ହେବେ।
ତୁଳା: ସେବା ପରାୟଣ ହୋଇପାରନ୍ତି। ପୂଜା ପଦ୍ଧତିରେ ମନୋନିବେଶ କରିବେ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ-ବିଳାସରେ ଅତିବାହିତ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କୁଳ ଉଦ୍ଧାରକ ହେବେ। ସୁଖ ମିଳିବ।
ବିଛା: ନିଜକୁ କଳହମୁକ୍ତ ରଖି ଶାନ୍ତ ଶିଷ୍ଟ ମନୋବୃତ୍ତି ନେଇ କାର୍ଯ୍ୟ ସମ୍ପାଦନ କରିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଭାଗୁଆଳି ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
ଧନୁ: ବନ୍ଧୁ ମିଳନରେ ଆପ୍ୟାୟିତ ହେବେ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇବେ। ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି। ପତ୍ନୀଙ୍କ ସୁପରାମର୍ଶ ବିଶେଷ ଉପାଦେୟ ହେବ। ମନରେ ଅହଂଭାବ ଆସିପାରେ।
ମକର: ପରିବେଶର ବହୁ ପରିବର୍ତ୍ତନ ଘଟିବ। ଭାଇମାନଙ୍କ ଉପରେ ଶ୍ରଦ୍ଧାଭାବ ରହିପାରେ। ଶରୀର ସୁସ୍ଥ ରହିବ। ଶକ୍ତିମାନ ହୋଇପାରନ୍ତି। ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ସୁଖ ମିଳିବ।
କୁମ୍ଭ: ପରାମର୍ଶଦାତା ହେବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ବ୍ୟବସାୟୀମାନେ ପ୍ରଚୁର ଲାଭ ପାଇଁ ଆଶାବାଦୀ ହେବେ। ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତି ବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ।
ମୀନ: ପିତା-ପୁତ୍ରଙ୍କ ମିଳନ ଯୋଗ ଅଛି। ଉଦାର ସ୍ୱଭାବର ହୋଇପାରନ୍ତି। ଦାନ ଧର୍ମକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କ୍ଷେତ୍ର ଉପରେ ଗୁରୁତ୍ୱ ଦେବେ।

Leave A Reply