ବୁଧବାର ରାଶିଫଳ

0

ମେଷ: ଅଧିକ ଦାୟିତ୍ୱ ବହନ କରିବେ। କୌଶଳରେ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ତ୍ୟାଗଶୀଳ ହେବେ। ନୀତିଜ୍ଞ ଭାବେ ସମ୍ମାନିତ ହେବେ। ଭାଗ୍ୟଶାଳୀ ହୋଇ ପାରନ୍ତି। ଅତି ସୁଖୀ ଓ କୀର୍ତ୍ତିମାନ ହେବେ।
ବୃଷ: ଆୟ ଆଶାନୁରୂପ ହେବ। ସରକାରୀ କିମ୍ବା ବନ୍ଧୁ ସହାୟତା ପାଇ ଲାଭବାନ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟିବେ।
ମିଥୁନ: ବିପଦ ଏଡ଼ାଇବାକୁ ହେଲେ ସତର୍କତା ଲୋଡା। ଶୁଭକାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି। ଭାଗ୍ୟବାନ ହେବେ। କର୍ମତତ୍ପରତା ପ୍ରକାଶ ପାଇବ। ଅସୁସ୍ଥତାର ଉପଶମ ହେବ। ବ୍ୟବସାୟ ଲାଭଜନକ ହେବ।
କର୍କଟ: ପାରମ୍ପରିକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ବିଭିନ୍ନ ଦିଗରୁ ଧନ ଲାଭର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବେ।
ସିଂହ: ଖୁସିରେ ସମୟ ବିତାଇବେ। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ବହୁ ସୁଖର ଅଧିକାରୀ ହୋଇପାରନ୍ତି। ସରକାରୀ ସ୍ତରରୁ ଧନଲାଭର ସୂଚନା ମିଳୁଛି। କୀର୍ତ୍ତିମାନ ହେବେ।
କନ୍ୟା: କାର୍ଯ୍ୟରେ ସଫଳତା ଲାଭ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଜନୈକା ମହିଳାଙ୍କ ସହାୟତାରୁ ଉପକୃତ ହେବେ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ।
ତୁଳା: ଧନକ୍ଷୟ ହେବାର ସୂଚନା ମିଳୁଛି। ଚିନ୍ତାଗ୍ରସ୍ତ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଭାଗ ବ୍ୟବସାୟ ଲାଭଜନକ ହେବ। ଯାନବାହନ ଚଳାଚଳରେ ସତର୍କତା ଜରୁରୀ। ମାପି ଚୁପି କଥା କହିବାକୁ ପଡ଼ିବ। ସରଳ ପ୍ରକୃତିର ହେବେ।
ବିଛା: ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ବନ୍ଧୁ ସହାୟତାରେ ବିଶେଷ ଉପକୃତ ହେବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କ ରହିବାକୁ ପଡ଼ିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କୀର୍ତ୍ତିମାନ ହେବେ। ଯଶସ୍ୱୀ ହୋଇପାରନ୍ତି।
ଧନୁ: ପ୍ରତିଶୋଧ ପରାୟଣ ହୋଇପାରନ୍ତି। ପ୍ରାୟ ପ୍ରତ୍ୟେକ କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିବେ। ଶତ୍ରୁ ଆପଣା ଛାଏଁ ଅପସରି ଯିବେ। କର୍ମ କୁଶଳତା ପ୍ରକାଶ ପାଇବ। ଆତ୍ମ ସମ୍ମାନକୁ ପ୍ରାଧାନ୍ୟ ଦେଇପାରନ୍ତି।
ମକର: ଆଳସ୍ୟ ଅନୁଭବ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ବ୍ୟବସାୟ ଲାଭଜନକ ହେବ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ଋଣ ପରିଶୋଧ କରିପାରନ୍ତି।
କୁମ୍ଭ: ହାତକୁ ନେଇଥିବା କାର୍ଯ୍ୟକ୍ରମର ସଫଳ ରୂପାୟନ କରି ସମସ୍ତଙ୍କର ପ୍ରିୟଭାଜନ ହୋଇପାରନ୍ତି। ଜଣେ ପରାମର୍ଶଦାତା ଭାବେ ଗର୍ବିତ ହୋଇପାରନ୍ତି। ଦାନ ଧର୍ମରେ ଦୀକ୍ଷିତ ହେବେ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ।
ମୀନ: ମିଳିଥିବା ସୁଯୋଗକୁ ହାତଛଡ଼ା କରିବେ ନାହିଁ। ପ୍ରତିଯୋଗିତାରେ ପ୍ରତିଷ୍ଠା ଲାଭ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ବହୁ ସମ୍ମାନର ଅଧିକାରୀ ହୋଇପାରନ୍ତି। ଯଶସ୍ୱୀ ଓ କୀର୍ତ୍ତିମାନ ହୋଇପାରନ୍ତି।

Leave A Reply