ମଙ୍ଗଳବାର ରାଶିଫଳ

0

ମେଷ: ସ୍ଥିର ଚିତ୍ତ, ଧୀର ବୁଦ୍ଧିରେ କାର୍ଯ୍ୟ କରିବେ। ସୁଖ ସନ୍ତୋଷ ଲାଭ କରିପାରନ୍ତି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରୁ ଧନଲାଭ ସମ୍ମାନ ମିଳିବ।

ବୃଷ: ମଧୁର ବାକ୍ୟରେ ସହଯୋଗୀମାନଙ୍କର ମନ କିଣି ପାରନ୍ତି। କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ। ସାଧନାରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଦୟାଳୁ ଓ ସମାଜସେବୀ ହେବେ। ଯଶସ୍ୱୀ ହେବେ।

ମିଥୁନ: ବିପଦ ଆଡ଼େଇ ଯିବ। ସେବା କାର୍ଯ୍ୟରେ ମନୋନିବେଶ କରିବେ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ବିତିବ। ସୁଖ ସମୃଦ୍ଧିର ମୂଳଦୁଆ ପଡ଼ିବ। ପ୍ରବାସପ୍ରିୟ ଓ ବିଦ୍ୱାନ ହେବେ। ଦାମ୍ପତ୍ୟ ସୁଖ ମିଳିବ।

କର୍କଟ: ଭ୍ରାତୃ ବିବାଦ ଦେଖା ଦେଇପାରେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଈର୍ଷା ପରିତ୍ୟାଗ କଲେ ସୁଫଳ ମିଳିବ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସ୍ୱାଭିମାନୀ ହେବେ। ଶ୍ରେଷ୍ଠ କାର୍ଯ୍ୟରେ ଦକ୍ଷତା ବୃଦ୍ଧି ହେବ।

ସିଂହ: ବ୍ୟବସାୟ ଲାଭଜନକ ହେବ। ବନ୍ଧୁ ସହଯୋଗ ପାଇ ବିଶେଷ ଉପକୃତ ହେବେ। ସେବା ମନୋଭାବ ଜାଗ୍ରତ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ଲୋକଙ୍କ ଶ୍ରଦ୍ଧାଭାଜନ ହେବେ।

କନ୍ୟା: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିପାରନ୍ତି। ସମ୍ମାନିତ ହେବେ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳଶାଳୀ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ ପଦସ୍ଥଙ୍କ କୃପାପାତ୍ର ହେବେ।

ତୁଳା: ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ମନ୍ତ୍ର-ତନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ତେଜସ୍ୱୀ ହେବେ।

ବିଛା: ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବାଦ-ବିବାଦରେ ବିଜୟୀ ହୋଇପାରନ୍ତି। ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। କୃଷିକ୍ଷେତ୍ର ପ୍ରତି ଧ୍ୟାନ ଦେବେ। ଯାନବାହନ ସୁଖ ମିଳିବ।

ଧନୁ: ପରିଶ୍ରମର ମୂଲ୍ୟାଙ୍କନ ହେବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହୋଇପାରନ୍ତି। ମଧୁରଭାଷୀ ହେବେ। ପ୍ରେମୀ ଓ ସାହସୀ ହେବେ। ଭାଇଙ୍କ ଠାରୁ ଆଦର ସମ୍ମାନ ମିଳିବ। ଧାର୍ମିକ ଓ ବୁନ୍ଧୁପ୍ରେମୀ ହେବେ। ବିବାଦରେ ବିଜୟୀ ହେବେ।

ମକର: ନିଜ ଜିଦ୍‍ରୁ ଆଦୌ ଓହରିବେ ନାହିଁ; କାର୍ଯ୍ୟ କରିବା ପାଇଁ ନିର୍ଭରଶୀଳ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ବ୍ୟକ୍ତି ବିଶେଷରେ ପରିଗଣିତ ହେବେ। ମଧୁରଭାଷୀ ଓ ସହନଶୀଳ ହେବେ।

କୁମ୍ଭ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହୋଇପାରେ। ସରକାରୀ ଓ ବନ୍ଧୁ ସହଯୋଗରୁ ଲାଭବାନ ହେବେ। ସୁସ୍ଥ ରହିବେ। ରଣାଙ୍ଗନକୁ ସଜାଇବାରେ ସିଦ୍ଧହସ୍ତ ହେବେ। ଅଦାଲତ ମାମଲା ଆପଣଙ୍କ ସପକ୍ଷରେ ଯିବ।

ମୀନ: କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ଶୁଭକାର୍ଯ୍ୟରେ ଅଧିକ ବ୍ୟୟ ହୋଇପାରେ। ମିଷ୍ଟଭାଷୀ ହେବେ। ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଏକାନ୍ତରେ ସମୟ କଟାଇ ମାନସିକ ଶାନ୍ତି ପାଇପାରନ୍ତି।

Leave A Reply