ଶୁକ୍ରବାର ରାଶିଫଳ

0

ମେଷ: ଗୃହକର୍ମ ଆନନ୍ଦଦାୟକ ହେବ। ସ୍ତ୍ରୀ ଧନ ହେତୁ ସୁଖୀ ହୋଇପାରନ୍ତି। କାବ୍ୟକର୍ତ୍ତା ହେବେ। ବହୁଧନ, ପୁତ୍ର, ଉତ୍ତମ ବଂଶରୁ କନ୍ୟା ଆଣି ପାରନ୍ତି। ଉତ୍ତମ ଭୋଜନ ମିଳିବ। ଯାନବାହନ ଚଳାଚଳରେ ସତର୍କ ହେବାକୁ ପଡ଼ିବ।

ବୃଷ: ସର୍ବସୁଖ ମିଳିପାରେ। ଠାକୁରଙ୍କ ଆଶ୍ରିତ ହୋଇପାରନ୍ତି। ସଂପୂର୍ଣ୍ଣ କରିବାକୁ ଇଚ୍ଛା କରୁଥିବା କାର୍ଯ୍ୟଟି କଷ୍ଟଦାୟକ ହୋଇପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଧନବାନ ଓ ସ୍ତ୍ରୀ ମୋହନକାରୀ ହୋଇପାରନ୍ତି। ହିଂସା ମାର୍ଗରେ ମନ ବଳିଲେ ବି ରାଜମାନ୍ୟ ମିଳିବ।

ମିଥୁନ: ନୂତନ ଜ୍ଞାନଲାଭ କରିବେ। ଆତ୍ମ ସନ୍ତୋଷ ମିଳିବ। ପାରିବାରିକ ସୁଖ ଅବ୍ୟାହତ ରହିବ। ବ୍ୟବସାୟ ଲାଭଜନକ ହେବ। କର୍ମରେ ସଫଳତା ମିଳିବ। ବିଭିନ୍ନ ଦିଗରୁ ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଆତ୍ମ ନିର୍ଭରଶୀଳ ହେବା ପାଇଁ ଚେଷ୍ଟା ଚଳାଇବେ।

କର୍କଟ: ସୁଖ-ସମ୍ମାନ ଲାଭ କରିପାରନ୍ତି। ସୁଖ-ସନ୍ତୋଷ ଲାଭ କରିବେ। ସ୍ଥିତି ଅନୁକୂଳ ରହିଛି। ପାରିବାରିକ ସୁଖ ଅବଶ୍ୟ ମିଳିବ। ଲାଗି ରହିଥିବା ବିବାଦରେ ବିଜୟୀ ହେବେ। ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ। ଆନୁଷ୍ଠାନିକ କାର୍ଯ୍ୟରେ ସଫଳତା ମିଳିବ।

ସିଂହ: ବ୍ୟବସାୟରେ ଅଧିକ ଅର୍ଥ ବିନିଯୋଗ କରି ଅଶାୟୀ ହେବେ। ନିଜର ଜିଦ୍‍ ବଜାୟ ରଖି ପାରନ୍ତି। କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ: ମାତ୍ର ବିଳମ୍ବିତ ହୋଇପାରେ। ପଦୋନ୍ନତି ମିଳବାର ସୁଯୋଗ ଅଛି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

କନ୍ୟା: କଷ୍ଟ ସହି ପରୋପକାର କରିପାରନ୍ତି। ଶ୍ରେଷ୍ଠମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ପ୍ରତିଯୋଗିତାରେ ବିଜୟ ଲାଭ କରିବେ। ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ। ରଜତଧନରେ ଧନଶାଳୀ ହେବେ।

ତୁଳା: ଶୁଭ ଖବର ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉତ୍ସାହ ବୋଧର ସଙ୍କେତ ମିଳୁଛି। ଦେବଦର୍ଶନର ସୌଭାଗ୍ୟ ଅଛି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଅନ୍ୟର ମଙ୍ଗଳ କାମନା କଲେ ନିଜେ ଅନୁଗୃହୀତ ହେବେ। ବ୍ୟବସାୟ ଲାଭଜନକ ହେବ।

ବିଛା: ବନ୍ଧୁଙ୍କ ସହଯୋଗ ପାଇ ଖୁସି ହୋଇପାରନ୍ତି। କୌଣସି କାରଣକୁ ନେଇ କ୍ରୋଧ ବୃଦ୍ଧି ହୋଇପାରେ। ମାନସିକ ଶାନ୍ତି ଫେରିପାଇବେ। ସାଧନରେ ସିଦ୍ଧିଲାଭ ହେବ। ସୁଖ-ସମୃଦ୍ଧିର ଦିନଟି ଆଜି। ମନ ପ୍ରସନ୍ନ ରହିବ। ଭ୍ରମଣଜନିତ ସୁଖ ଲାଭ କରିପାରନ୍ତି।

ଧନୁ: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ସରକାରୀ ସ୍ତରରୁ ଧନଲାଭ ହୋଇପାରେ। ଯାନବାହନ ଜନିତ ସୁଖ ମିଳିବ। ନୃତ୍ୟ ସଙ୍ଗୀତପ୍ରିୟ ହୋଇପାରନ୍ତି। ସତ୍‍କର୍ମରେ ନିଜକୁ ନିୟୋଜିତ କରିବେ। ଧର୍ମମତି ହୋଇପାରନ୍ତି। ସାମର୍ଥ୍ୟର ପରିପ୍ରକାଶ ଘଟିବ।

ମକର: କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ବାଦ ବିବାଦର ଅବସାନ ଘଟିବ। ବସ୍ତ୍ରଭୂଷଣ ଲାଭ ହୋଇପାରେ। ଜନସାଧାରଣଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି। ହର୍ଷ-ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ ହେବ। ବନ୍ଧୁ ଦର୍ଶନ ମିଳିପାରେ। ଧର୍ମକର୍ମ ସଂପାଦନ କରିବେ।

କୁମ୍ଭ: ସାଧନାରେ ସିଦ୍ଧି ଲାଭ କରିବେ। ଯଶସ୍ୱୀ ହେବେ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ବନ୍ଧୁମାନଙ୍କ ଦ୍ୱାରା ସମ୍ମାନିତ ହୋଇପାରେ। ଦୀର୍ଘ ଦିନର ଆଶା ପୂରଣ ହେବ। ଦେବ-ଦ୍ୱିଜ ପରାୟଣ ହେବେ। ଅତିଥି ସତ୍କାର କରି ଆତ୍ମ ସନ୍ତୋଷ ଲାଭ କରିବେ।

ମୀନ: ଆଶାବାଦୀ ହୋଇପାରନ୍ତି। କାର୍ଯ୍ୟ ବିଳମ୍ବିତ ହୋଇପାରେ। କୌଣସି ସମସ୍ୟାକୁ ନେଇ ମନ ଭାରାକ୍ରାନ୍ତ ହୋଇପାରେ। ଯେକୌଣସି ଦିଗରୁ ଧନାଗମର ସୂଚନା ମିଳୁଛି। ଯାନ-ବାହନ ଜନିତ ସୁଖ ମିଳିପାରେ। ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି।

Leave A Reply