ସୋମବାର ରାଶିଫଳ

0

ମେଷ: ବନ୍ଧୁମେଳରେ ଦିନ ବିତାଇ ପାରନ୍ତି। ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି। ପରିଶ୍ରମ ଅଯଥା ହୋଇପାରେ। ହଇରାଣ ହୋଇପାରନ୍ତି। ମେଧାବୀ ହେବେ। ଶାନ୍ତ ସ୍ୱଭାବର ହୋଇପାରନ୍ତି। ବିଦ୍ୱାନ ଓ ଦୟାଳୁ ସ୍ୱଭାବର ହୋଇପାରନ୍ତି।

ବୃଷ: ଯାତ୍ରା ସଫଳ ହେବ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବ୍ୟବସାୟ ଲାଭଜନକ ହେବ। ଦୂରଯାତ୍ରା କରିପାରନ୍ତି। ନିଜ କର୍ମରେ ସନ୍ତୁଷ୍ଟ ହେବେ। ଶୁଭ ଖବର ମିଳିବ। ସମସ୍ୟା ଦୂର ହେବ।

ମିଥୁନ: ପାରିବାରିକ ସୁଖ ମିଳିବ। ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶିଳ୍ପ ପାରଦର୍ଶୀ ହେବେ। ହସ୍ୟଯୁକ୍ତ ଯୁବତୀ ପ୍ରିୟ ଓ ଚଞ୍ଚଳ ଚେଷ୍ଟିତ ହେବେ। ଉତ୍ତମ ମିତ୍ର ବା ପୁତ୍ର ଲାଭ କରିପାରନ୍ତି। କଥାକାର ହେବେ।

କର୍କଟ: ମନରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସମ୍ମାନିତ ହୋଇପାରନ୍ତି। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ସାଂଗଠନିକ କାର୍ଯ୍ୟରେ ନେତୃତ୍ୟ ନେଇ ପ୍ରଶଂସା ପାଇବେ।

ସିଂହ: ବ୍ୟୟ ଭାର ବୃଦ୍ଧି ହୋଇପାରେ। ଶୁଣାକଥାକୁ ବିଶ୍ୱାସ ନ କରି ନିଜବୁଦ୍ଧି ପ୍ରୟୋଗ କରି ବାଟ ଚାଲିବେ। ସଂଗୀତ ଓ ନୃତ୍ୟପ୍ରିୟ ହେବେ। ସତ୍‍କର୍ମରେ ନିୟୋଜିତ ହେବେ। ଧର୍ମ ମାର୍ଗରେ ମନୋନିବେଶ କରିପାରନ୍ତି। ପରୋପକାରୀ ହେବେ।

କନ୍ୟା: ନିର୍ଲୋଭ ହେବାକୁ ଚେଷ୍ଟା କରିବେ। ମନ ପ୍ରସନ୍ନ ରହିବ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଆଶା ପୂରଣ ହେବ। ସମସ୍ୟା ଦୂର ହେବ। ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ହଠାତ୍‍ ଶୁଭ ଖବର ପାଇ ଖୁସି ହୋଇପାରନ୍ତି। କିଛି ଧନ ମିଳିପାରେ।

ତୁଳା: ସୁଖ ସମ୍ମାନ ଲାଭ କରିପାରନ୍ତି। ହଠାତ୍‍ ଲାଭବାନ ହେବେ। ସର୍ବ ସୁଖ ପାଇବାର ସୂଚନା ମିଳୁଛି। ବ୍ୟବସାୟରେ ସଫଳତା ପାଇବେ। କେତେକ ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ଆତ୍ମ ପ୍ରଶଂସାରେ ମଜ୍ଜି ରହିବେ। ଶ୍ରେଷ୍ଠ ପଦପଦବୀ ମିଳିପାରେ।

ବିଛା: ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ବିଭାଗୀୟ ସ୍ତରରେ ସମ୍ମାନିତ ହୋଇ ଖୁସି ହେବେ। ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ। କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି। ଅତ୍ୟଧିକ ପରିଶ୍ରମ କରି କ୍ଳାନ୍ତ ଅନୁଭବ କରିବେ।

ଧନୁ: ଆପଣଙ୍କ ଯାତ୍ରା ଶୁଭଦାୟକ ହୋଇପାରେ। ତଥାପି ସୁଖ ମିଳିବ। ବିଳମ୍ବିତ ହେବ। ସାମାନ୍ୟ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ସତ୍‍ପୁତ୍ର ଲାଭ କରିପାରନ୍ତି। ଶତ୍ରୁନାଶ କରିବାରେ ସକ୍ଷମ ହେବେ। ଧନାଗମ ହେବ। ସାମର୍ଥ୍ୟର ପରିପ୍ରକାଶ ଘଟିବ।

ମକର: ଆର୍ଥିକ ଲାଭ ପାଇ ଖୁସି ହେବେ। ବନ୍ଧୁ ମିଳନରେ ସୁଖୀ ହେବେ। ଆର୍ଥିକ ଲାଭ ମିଳିବ। କାର୍ଯ୍ୟ ହାସଲ କରିବାର ମାର୍ଗ ଉନ୍ମୁକ୍ତ ହୋଇଛି। ଶତ୍ରୁ ବିଜୟୀ ହେବେ। ଅନ୍ୟ ଉପରେ ନିର୍ଭର ନ କରି ଆତ୍ମ ନିର୍ଭରଶୀଳ ହେବାକୁ ଚେଷ୍ଟା କରିବେ।

କୁମ୍ଭ: ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି। ବିଭିନ୍ନ ସ୍ତରରୁ ସାହାଯ୍ୟ-ସହଯୋଗ ମିଳିପାରେ। ପ୍ରୀତି ଲାଭ କରିପାରନ୍ତି। ପାରିବାରିକ ସୁଖ ମିଳିବ। ଭ୍ରମଣ ଯୋଗ ଅଛି। ବ୍ୟବସାୟରେ ଆଶାଜନକ ଫଳ ଲାଭ ହେବ। ସତ୍‍ପଥଗାମୀ ହେବେ।

ମୀନ: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିପାରେ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ଆରୋଗ୍ୟ ହେବେ। ଧୈର୍ଯ୍ୟବାନ ହୋଇପାରନ୍ତି। ମନରେ ପ୍ରସନ୍ନତା ଆସିବ। କିଛି ମନ୍ତବ୍ୟ ଦେବା ପୂର୍ବରୁ ଆଉଟିକେ ଭଲ ଭାବେ ଚିନ୍ତା କରିବେ।

Leave A Reply