ବୁଧବାର ରାଶିଫଳ

0

ମେଷ: ତ୍ୟାଗପୁତ ମନୋବୃତ୍ତି ଗ୍ରହଣ କରିବେ। ବିଭିନ୍ନ ଦିଗରୁ ଧନାଗମ ହେବ। ଭାଗ୍ୟଶାଳୀ ହୋଇପାରନ୍ତି। ନୀତିରୁ ବିଚ୍ୟୁତ ହେବେ ନାହିଁ। ଚଞ୍ଚଳ ମନା ହୋଇପାରନ୍ତି। କୀର୍ତ୍ତିମାନ ହେବେ; ମାତ୍ର ଆକସ୍ମିକ ସମସ୍ୟା ଉପୁଜିବ।

ବୃଷ: ନିଜ ବୁଦ୍ଧି ବଳରେ ଅଧିକ ରୋଜଗାର କରି ସୁଖୀ ହେବେ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭାବନ ହେବେ। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।

ମିଥୁନ: ଚିନ୍ତାଗ୍ରସ୍ତ ହେବେ। ପ୍ରତାରିତ ହୋଇପାରନ୍ତି। ବ୍ୟୟ ପରିମାଣ ଅଧିକ ହୋଇ ଅନଟନର ସମ୍ମୁଖୀନ ହୋଇପାରନ୍ତି। ବିବାଦୀୟ ବିତର୍କରେ ଭାଗ ନେଇ ଚୁପ୍‌ ରହିବା ଭଲ। କେବଳ ଭାଗ ବ୍ୟବସାୟରେ ସାମାନ୍ୟ ଲାଭ ହେବ।

କର୍କଟ: ଖାଦ୍ୟ-ପ୍ରେୟରେ ତୃପ୍ତି ଲାଭ କରିବେ। ଆୟ ଆଶାନୁରୂପ ହେବ। ସୁ ସମ୍ବାଦ ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କରିତ୍‌କର୍ମା ହେବେ। ଚଞ୍ଚଳ ଚେଷ୍ଟିତ ହେବେ।

ସିଂହ: ପରିଶ୍ରମର ମୂଲ୍ୟ ମିଳିବ। ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ।

କନ୍ୟା: ନିଜେ ନିଜକୁ ସାନ୍ତ୍ୱନା ଦେବେ। ସାମାଜିକ କ୍ଷେତ୍ରରେ ସେବା ମନୋଭାଗ ଗ୍ରହଣ କରିପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ।

ତୁଳା: ଶାରୀରିକ ପୀଡ଼ା ଅନୁଭବ କରିବେ। ଅର୍ଥାଭାବ ଦେଖା ଦେଇପାରେ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। କ୍ରୋଧ ସମ୍ବରଣ କଲେ ସୁଫଳ ମିଳିବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ମନା।

ବିଛା: ପ୍ରୀତି ଲାଭ କରିପାରନ୍ତି। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ପ୍ରଭୂତ ସଫଳତା ଆଶା କରାଯାଏ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛିା ଉତ୍ତମ ଭୋଜନ ମିଳିବ। ଆନନ୍ଦ ଉପଭୋଗ କରିପାରନ୍ତି। ସୁଖୀ ହେବେ।

ଧନୁ: କାର୍ଯ୍ୟ ସଂପାଦନ ପାଇଁ ସୁଯୋଗ ଜୁଟିଛି। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ମାନସିକ ଶାନ୍ତି ଫେରି ପାଇବେ। ଶୁଭ ସମାଚାର ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହୋଇଛି। ଋଣ ପରିଶୋଧ କରିପାରନ୍ତି।

ମକର: କୌଣସି କାରଣରୁ ଉତ୍ତେଜିତ ହୋଇପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଆପଣଙ୍କ ପରିଶ୍ରମର ମୂଲ୍ୟାଙ୍କନ ହେବ। ଶୁଭକାର୍ଯ୍ୟକୁ ସ୍ଥଗିତ ରଖିବା ଆପଣଙ୍କ ପକ୍ଷେ ଭଲ ହେବ। ହଠାତ୍‌ କିଛି ଧନ ମିଳିପାରେ।

କୁମ୍ଭ: ଅଧ୍ୟୟନରତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁ ସମ୍ବାଦ ପାଇ ଖୁସି ହେବେ। ନୀତିନିଷ୍ଠ ହେବେ। ଯାନବାହନ ସୁଖ ମିଳିପାରେ। ଗୃହର ପରିବେଶ ବାସୋପଯୋଗୀ ହେବ। କୃଷିକ୍ଷେତ୍ରରୁ ଲାଭ ମିଳିବ। ସନ୍ମାର୍ଗୀ ହେବେ।

ମୀନ: ମନୋବଳ ଦୃଢ଼ ରହିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ପଥ ପରିଷ୍କାର ରହିଛି। ଦିଅଁ ଦର୍ଶନର ସୁଯୋଗ ସୃଷ୍ଟି ହୋଇଛି। ଅଶାନ୍ତିର ମାତ୍ରା କମିବ। ସରକାରୀ ସ୍ତରରୁ ଲାଭ ଉଠାଇ ଆତ୍ମ ସନ୍ତୋଷ ଲାଭ କରିବେ।

Leave A Reply