ମଙ୍ଗଳବାର ରାଶିଫଳ

0

ମେଷ: ଗବେଷଣାତ୍ମକ ଘଟଣାରେ ଅଧ୍ୟୟନ ଉପରେ ଗୁରୁତ୍ୱ ଆରୋପ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ସୁସମ୍ବାଦ ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସନ୍ତାନ ସୁଖ ମିଳିବ।

ବୃଷ: ସୁବିଧା ସୁଯୋଗକୁ ଅବହେଳା କଲେ ହାତଛଡ଼ା ହୋଇପାରେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣାର ବଶବର୍ତ୍ତୀ ହେବେ। ରସିକ ସ୍ୱଭାବର ହେବେ। ପରଧନରେ ଧନୀ ହୋଇପାରନ୍ତି। କୃଷି କ୍ଷେତ୍ରକୁ ତ୍ୱରାନ୍ୱିତ କରିବେ।

ମିଥୁନ: ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ସମ୍ମାନିତ ହେବେ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଦିଅଁ ଦର୍ଶନର ସୁଯୋଗ ସୃଷ୍ଟି ହୋଇଛି। ସରକାରୀ ଲାଭ ମିଳିବ।

କର୍କଟ: ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ। ଆକସ୍ମିକ ସମସ୍ୟା ଦେଖା ଦେଇପାରେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଉପଯୁକ୍ତ କର୍ମାନୁରକ୍ତ ହେବେ। ଯଶସ୍ୱୀ ହେବେ। ସରକାରୀ ଅର୍ଥରେ ଧନବାନ ହେବେ।

ସିଂହ: ନିଜର ଦାବି ଉପସ୍ଥାପିତ କରି ପ୍ରଚୁର ଧନ ଅର୍ଜନ କରିବାର ସୂଚନା ମିଳୁଛି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ସରକାରୀ ବନ୍ଧୁ ସହାୟତାରୁ ଲାଭବାନ୍‍ ହେବେ।

କନ୍ୟା: ଚାକିରି କ୍ଷେତ୍ରରେ ଲାଭବାନ ହେବେ। ଅତ୍ୟଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍‍ ରହିବା ସବୁଠୁ ଭଲ। ସରଳ ଓ ସ୍ନେହପୂର୍ଣ୍ଣ କଥା କହି ପରିସ୍ଥିତିକୁ ସମ୍ଭାଳି ନେବାରେ ସକ୍ଷମ ହେବେ।

ତୁଳା: ରୋଜଗାର ଆଶାନୁରୂପ ହେବ। ଶୁଭଖବର ପାଇ ଆନନ୍ଦ ଅନୁଭବ କରିବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ଦିଗରୁ ଏପରିକି ରାଜକୋଷରୁ ଧନପ୍ରାପ୍ତ ହେବାର ସୂଚନା ମିଳୁଛି।

ବିଛା: ମାନସିକ ଭାରସାମ୍ୟ ରକ୍ଷା କରି କାର୍ଯ୍ୟ ସଂପାଦନ କରିବାକୁ ପଡ଼ିବ। ସୁଖ-ସମ୍ମାନ ଲାଭ କରିପାରନ୍ତି। ସୁ-ସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଦିନଟି ଶୁଭଙ୍କର। ବିଜୟୀ ହେବେ।

ଧନୁ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଦେବ ଦର୍ଶନରେ ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ପ୍ରାପ୍ତ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଭକ୍ତି ଗାଥାରେ ତନ୍ମୟ ହୋଇପାରନ୍ତି।

ମକର: କର୍ମକ୍ଷେତ୍ରରେ ସଫଳତା ମିଳିବ । ସାମାନ୍ୟ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତିି। ଅର୍ଥ ଟାଣ-ଟୁଣ ରହିବ। ଦୁଃଶ୍ଚିନ୍ତା ମଧ୍ୟଦେଇ ଗତି କରିବେ। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ଅଷ୍ଟମ ଚନ୍ଦ୍ର ଭୋଗହେତୁ ସତର୍କରେ ଚଳିବେ।

କୁମ୍ଭ: ମିତ୍ର ଲାଭ କରି ଉତ୍‍ଫୁଲ୍ଲିତ ହେବେ। ସୁଖକର ଘଟଣା ମାନ ଘଟି ପାରେ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିପାରନ୍ତି।

ମୀନ: କଳ, ବଳ, କୌଶଳ ପ୍ରୟୋଗ କରି ଶତ୍ରୁକୁ ପରାଜିତ କରିବାରେ ସକ୍ଷମ ହେବେ। ମାନସିକ ଶାନ୍ତି ଫେରି ପାଇବେ। ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି। ଦିନସାରା କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରଣୀୟ। ଋଣ ପରିଶୋଧ କରିପାରନ୍ତି।

Leave A Reply