ଗୁରୁବାର ରାଶିଫଳ

0

 

ମେଷ: ମାନସିକ ବ୍ୟସ୍ତତା ବୃଦ୍ଧି ହୋଇପାରେ। କୂଟନୀତି ପ୍ର​‌େ​‌ୟାଗ କରିବାକୁ ପଛାଇବେ ନାହିଁ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହୋଇପାରନ୍ତି।

ବୃଷ: ଓଁ କୃଷ୍ଣାୟ ଧ୍ୟାନ କଲେ ବିପଦମୁକ୍ତ ହେବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। ସ୍ତ୍ରୀଧନ ହେତୁ ସୁଖୀ ହୋଇପାରନ୍ତି। ମନ୍ତ୍ରଣା ଶକ୍ତିଯୁକ୍ତ ହେବ।

ମିଥୁନ: ମାନ-ମର୍ଯାଦା ବୃଦ୍ଧି ପାଇବ। ପାରିବାରିକ ସୁଖ ମିଳିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ପ୍ରତିଯୋଗିତାରେ ବିଜୟୀ ହେବେ। ସର୍ବାଙ୍ଗୀଣ ଉନ୍ନତି ଆଶାକରାଯାଏ। ପ୍ରିୟଭାଷୀ ଓ ଧନ-ବାହନଯୁକ୍ତ ହୋଇପାରନ୍ତି। ଗୁଣଯୁକ୍ତ ଓ ସୁଖୀ ହେବେ।

କର୍କଟ: ରୋଜଗାର ଧୀରେ-ଧୀରେ ବଢ଼ିବ। ଜନ ହିତକର କାର୍ଯ୍ୟ କରି ସମ୍ମାନିତ ହେବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ସୁଖ ଭୋଗ କରିବେ। ଗୁଣବାନ୍‌ ଓ ଧୈର୍ଯ୍ୟଶୀଳ ହେବେ।

ସିଂହ: ପରୀକ୍ଷାରେ ଅପୂର୍ବ ସଫଳତା ଲାଭ କରିବେ। ଅନ୍ୟାନ୍ୟ ଘଟଣାରେ ଆଶାବାଦୀ ହୋଇପାରନ୍ତି। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ; ମାତ୍ର ବିଳମ୍ବରେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଭାଗ୍ୟଶାଳୀ ହେବେ। ସୁଖଭୋଗ କରିବେ।

କନ୍ୟା: ସୁରୁଖୁରୁରେ କାର୍ଯ୍ୟ ଚାଲୁ ରହିବ। ଆତ୍ମ ବଡ଼ିମା ଦେଖାଇ ପାରନ୍ତି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ସର୍ବ ସୁଖ ଆଶା କରାଯାଏ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁଙ୍କ ଠାରୁ ସାହାଯ୍ୟ ମିଳିବ। ସୁସ୍ଥ ଓ ନିରାମୟ ରହିବେ।

ତୁଳା: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଗତିରୋଧ ଘଟିପାରେ। କୁଶଳ ସମାଚାର ପାଇ ଖୁସି ହେବେ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ସର୍ବାଙ୍ଗୀଣ ଉନ୍ନତି ହେବ।

ବିଛା: ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଆୟର ପରିମାଣ ସ୍ବଳ୍ପ ହୋଇପାରେ। ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ବ୍ୟବସାୟ ଲାଭଜନକ ହେବ। ଚିନ୍ତା ଦୂର ହେବ। ସୁଖଭୋଗ କରିପାରନ୍ତି।

ଧନୁ: ତରବର ନ ହୋଇ ବୁଝି ବିଚାରି କାର୍ଯ୍ୟ କରିବାକୁ ପଡ଼ିବ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ପାରିବାରିକ ସୁଖ ମିଳିବ। ମନ ପ୍ରସନ୍ନ ରହିବ। ସୌନ୍ଦର୍ଯ୍ୟ ଉପଭୋଗ କରିପାରନ୍ତି। ଭିନ୍ନ ସ୍ତରରେ ସମ୍ମାନିତ ହେବା ଆଶାକରାଯାଏ। ଯଶସ୍ବୀ ହେବେ।

ମକର: ବନ୍ଧୁଙ୍କ ସହିତ ପୁଣି ଏକ ନୂତନ ସଂପର୍କ ସୃଷ୍ଟି ହୋଇପାରେ। ସୌଜନ୍ୟମୂଳକ ସାକ୍ଷାତ୍‌ ମିଳିବ। ଅଷ୍ଟମଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ମିଶି ଭୋଗ ହେଉ ଥିବାରୁ ଅତି ସତର୍କତାର ସହ ଚଳିବାକୁ ପଡ଼ିବ। ଉଚ୍ଚସ୍ଥାନ ଆରୋହଣ, ଯାନବାହନ ଚଳାଚଳରେ ସତର୍କ ରହିବେ।

କୁମ୍ଭ: ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍‌ ହେବାକୁ ପଡ଼ିବ। ସାମାନ୍ୟ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତିମାନେ ପଛଘୁଞ୍ଛା ଦେଇପାରନ୍ତି। ଶାସ୍ତ୍ରଜ୍ଞ ହେବେ। ନୀତି ନିୟମରେ ଚାଲି ଆଦର୍ଶବାଦୀ ହୋଇପାରନ୍ତି।

ମୀନ: ସତର୍କତା ସହ କାର୍ଯ୍ୟ କରିବାକୁ ପଡ଼ିବ। ସୁ-ମିତ୍ର ଲାଭ କରିପାରନ୍ତି। ସୁଖ-ସମ୍ଭୋଗ କରିପାରନ୍ତି। କର୍ତ୍ତବ୍ୟ ନିଷ୍ଠ ହେବେ। ସ୍ଥିତି ଅନୁକୂଳ ରହିବ। ବିଭିନ୍ନ ସ୍ତରରେ ସମ୍ମାନିତ ହେବା ଆଶାକରାଯାଏ। ଧର୍ମ-କର୍ମ ସଂପାଦନ କରିପାରନ୍ତି। ପଦୋନ୍ନତି ମିଳିପାରେ।

Leave A Reply