ରବିବାର ରାଶିଫଳ

0

ମେଷ: ଯୋଗଦେଇଥିବା କାର୍ଯ୍ୟରେ ନୂତନ ପନ୍ଥା ନିର୍ଦ୍ଧାରଣ ହୋଇପାରେ। ପ୍ରତିରୋଧର ସମ୍ମୁଖୀନ ହୋଇପାରନ୍ତି; ମାତ୍ର କୌଶଳ ପ୍ରୟୋଗ କରି କୃତକାର୍ଯ୍ୟ ହେବେ। ପ୍ରିୟଭାଷୀ ଓ ଧନ ବାହନଯୁକ୍ତ ହେବେ। ବଳବାନ ହେବେ।

ବୃଷ: ସମ୍ମାନିତ ହେବେ। ବାଧା, ବିଘ୍ନ ସତ୍ତ୍ବେ ସଫଳତା ମିଳିବ। ବିଜୟୀ ହେବେ। କାର୍ଯ୍ୟ ହାସଲ କରିବାରେ ସଫଳ ହେବେ। ବ୍ୟସ୍ତ ଭିତରେ ଦିନଟି ଅତିବାହିତ ହେବ। ପ୍ରତିଯୋଗିତା ଓ ବିବାଦରେ ବିଜୟୀ ହେବେ। ଭ୍ରାତୃ ସ୍ନେହ ମିଳିବ।

ମିଥୁନ: ମନସ୍କାମନାପୂର୍ଣ୍ଣ ହୋଇପାରେ। ଲୋଭଗ୍ରସ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବ୍ୟବସାୟରେ ଖୁବ୍‍ ଉନ୍ନତି ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି।

କର୍କଟ: ପାରିବାରିକ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ। ସୁଖ ସମ୍ମାନ ଲାଭ କରିପାରନ୍ତି। ଘାତଚନ୍ଦ୍ର ହେତୁ ସତର୍କରେ ଚଳିବାକୁ ପଡ଼ିବ। ଆୟ ଆଶାନୁରୂପ ହେବ। ଉତ୍ତମ ଭୋଜନ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ସୁଖ ମିଳିବ।

ସିଂହ: ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶିଳ୍ପ ପାରଦର୍ଶୀ ହେବେ। ହାସ୍ୟଯୁକ୍ତ ହେବେ। ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି।

କନ୍ୟା: ମା’ଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହେବେ। ମୂଲ୍ୟବାନ ଦ୍ରବ୍ୟ ଲାଭ କରିବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ବନ୍ଧୁମାନଙ୍କ ସହଯୋଗ ପାଇବେ। ସମୃଦ୍ଧି ମାର୍ଗରେ ଆଗକୁ ବଢ଼ିବେ। ବିଚକ୍ଷଣ ବ୍ୟକ୍ତିଭାବେ ପରିଚିତ ହେବେ।

ତୁଳା: ସୁଖ ସମ୍ମାନ ଲାଭ କରିପାରନ୍ତି। ଗୁରୁ କୃପା ଲାଭ କରିପାରନ୍ତି। ସୁଖ-ସମ୍ଭୋଗର ଦିନଟି ଆଜି ବ୍ରାହ୍ମଣମାନଙ୍କ ହିତ୍ୟାର୍ଥେ କାର୍ଯ୍ୟ କରିବେ। ଉଦ୍ୟମୀ ହେବେ। ପୁଣ୍ୟବାନ ହୋଇପାରନ୍ତି। ବିଖ୍ୟାତ କୀର୍ତ୍ତି ସ୍ଥାପନ କରିବେ।

ବିଛା: କାହାରି ଅଧୀନରେ ନ ରହି ସ୍ୱଇଚ୍ଛାରେ କାର୍ଯ୍ୟ କରିବେ। ସେବା କାର୍ଯ୍ୟରେ ନିୟୋଜିତ ହେବେ। ହର୍ଷ-ଉଲ୍ଲାସରେ ସମୟ ଅତିବାହିତ କରିପାରନ୍ତି। ଅର୍ଥାଗମର ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି। ସର୍ବ କୁଶଳତା ପ୍ରାପ୍ତ ହେବେ।

ଧନୁ: ଗୃହ ସମସ୍ୟାରେ ବ୍ୟସ୍ତ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅତିଥି ସତ୍କାର କରିବେ। ଗୁରୁ ଓ ଦେବ ପୂଜା ନିରତ ହେବେ। ଯାତ୍ରାଦି ଶୁଭକାର୍ଯ୍ୟରେ ଧନବ୍ୟୟ କରିପାରନ୍ତି। ହର୍ଷଯୁକ୍ତ ଓ କ୍ରୋଧହୀନ ହେବେ।

ମକର: ଲାଭ ଆଶାରେ ଅର୍ଥ ବିନିଯୋଗ କରିପାରନ୍ତି। ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିବେ। ଶୁଭକାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି। ପତିବ୍ରତା ପତ୍ନୀ ପ୍ରାପ୍ତ ହୋଇପାରନ୍ତି। ସନ୍‍ମାର୍ଗୀ ହେବେ। ଦୟାଳୁ ସ୍ୱଭାବର ହେବେ। ପୁତ୍ର ଓ ବନ୍ଧୁଯୁକ୍ତ ହେବେ।

କୁମ୍ଭ: କିଛି ସମୟ ପାଇଁ ନିରୋଳାରେ ଏକାକୀ ରହିବାକୁ ଇଚ୍ଛା କରିବେ। ଉନ୍ନତି ପଥରେ ଆଗକୁ ବଢ଼ିବେ। ଅନେକ ଦିନର ଆଶା ଓ ଇଚ୍ଛା ପୂରଣ ହୋଇପାରେ। ବହୁଧନର ଅଧିକାରୀ ହେବେ। ସୁଖୀ ହେବେ। କର୍ମ କୁଶଳତା ଆପଣଙ୍କ ମହାନ୍‍ କରିବ।

ମୀନ: ଗୁରୁ-ଗୁରୁଜନଙ୍କ ଆଶୀର୍ବାଦ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଗୁଣର ଅଧିକାରୀ ହୋଇପାରନ୍ତି। ଶ୍ରେଷ୍ଠ ପଦାଧିକାରୀ ହୋଇପାରନ୍ତି। ନୀତିନିଷ୍ଠ ହେବେ। ବିନୀତ ସ୍ୱଭାବର ହେବେ।

Leave A Reply