ଶନିବାର ରାଶିଫଳ

0

ମେଷ: ସ୍ୱଦେଶର ଭାବନାରେ ଉଦ୍‍ବୁଦ୍ଧ ହେବେ। ବିଭିନ୍ନ କାରଣରୁ ମନରେ ଅଶାନ୍ତି ଜାତ ହୋଇପାରେ। ବ୍ୟବସାୟ ଲାଭଜନକ ହେବ। ପାରିବାରିକ ସୁଖ ଅବ୍ୟାହତ ରହିପାରେ। କର୍ତ୍ତବ୍ୟ ପରାୟଣ ହେବେ। ସର୍ବାଙ୍ଗୀଣ ଉନ୍ନତି ହେବ।

ବୃଷ: କାର୍ଯ୍ୟ ସମ୍ପାଦନରେ ଉତ୍ସାହ ବୃଦ୍ଧି ପାଇବ। ସଦ୍‍ଭାବନା ପୂର୍ବକ ଅନ୍ୟ ଠାରୁ କାର୍ଯ୍ୟ ହାସଲ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ବ୍ୟବସାୟ ଲାଭଜନକ ହେବ। ପ୍ରତିଯୋଗିତା ସପକ୍ଷରେ ଯିବ।

ମିଥୁନ: ଚାକିରି କ୍ଷେତ୍ରରେ ସ୍ଥାନାନ୍ତର ଯୋଗ ଅଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅପେକ୍ଷାରତ ହୋଇପାରନ୍ତି। ଅଧିକ ଦାୟିତ୍ୱ ବହନ କରିବେ। ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ଚିନ୍ତାଧାରା ଦୃଢ଼ ହୋଇପାରେ।

କର୍କଟ: ଚାକିରି କ୍ଷେତ୍ରରେ ପଦୋନ୍ନତି ଯୋଗ ଅଛି। ସୁଖ ସମ୍ମାନ ଲାଭ କରିପାରନ୍ତି। କର୍ତ୍ତବ୍ୟ ନିଷ୍ଠ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆୟ ଆଶାନୁରୂପ ହୋଇପାରେ। ନୂଆ ବନ୍ଧୁ ଜୁଟିବେ।

ସିଂହ: ଆତ୍ମୀୟମାନଙ୍କ ସମର୍ଥନ ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ପ୍ରତାରିତ ହେବାର ସୂଚନା ମିଳୁଛି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ଅର୍ଥାଗମର ସୁଯୋଗ ସୃଷ୍ଟି ହୋଇଛି। ଅଧିକ ବ୍ୟୟ ହୋଇପାରେ।

କନ୍ୟା: ବନ୍ଧୁଙ୍କ ଉପରେ ସନ୍ଦେହଜାତ ହେବ। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ହର୍ଷ-ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ ହେବ। ପ୍ରତ୍ୟେକ କାର୍ଯ୍ୟରେ ଚଞ୍ଚଳ ଚେଷ୍ଟିତ ହେବେ। ଲୋକପ୍ରିୟତା ଅର୍ଜନ କରିବେ।

ତୁଳା: ସୁଖ ସନ୍ତୋଷ ଲାଭ କରିପାରନ୍ତି। କୁଶଳ ସମାଚାର ପାଇ ଖୁସି ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଯଶସ୍ୱୀ ହୋଇପାରନ୍ତି।

ବିଛା: ମାନ-ସମ୍ମାନ ବୃଦ୍ଧି ହୋଇପାରେ। ମନରେ ସେବାଭାବ ଜାଗ୍ରତ ହେବ। ପୂଜା ପଦ୍ଧତି ଉପରେ ମନ ବଳାଇ ପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସମୃଦ୍ଧିର ମୂଳଦୁଆ ପଡ଼ିବ। ଗୃହରେ ଆନନ୍ଦ ଉତ୍ସବ ଲାଗି ରହିବ। ଅର୍ଥ ପ୍ରାପ୍ତ ହେବେ।

ଧନୁ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଧର୍ମାଶକ୍ତ ହେବେ। ମତିମାନ ହୋଇପାରନ୍ତି। ପୁତ୍ର, ମିତ୍ର ହେତୁକ ସୁଖଭୋଗୀ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହି କାର୍ଯ୍ୟ କରିବେ।

ମକର: ତରବର ନ ହୋଇ ଅପେକ୍ଷାରତ ହେଲେ ଲାଭବାନ ହୋଇପାରନ୍ତି। ସାମାନ୍ୟ ଶାରୀରିକ କଷ୍ଟ ଭୋଗ କରିପାରନ୍ତି। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଧର୍ମ-କର୍ମ ସମ୍ପାଦନ କରିପାରନ୍ତି। ବନ୍ଧୁ ସହାୟତା ପାଇ ବିଶେଷ ଉପକୃତ ହେବେ।

କୁମ୍ଭ: ବୁଦ୍ଧି ବଳରେ ଶତ୍ରୁମାନଙ୍କ ମୁହଁ ବନ୍ଦ କରିପାରନ୍ତି। ପାରିବାରିକ ଶାନ୍ତି ମିଳିବ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଉପୁଜି ଥିବା ସମସ୍ୟା ସମାଧାନ କରିବାରେ ସିଦ୍ଧହସ୍ତ ହେବେ। ସାମାନ୍ୟ ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଅର୍ଥ ମିଳିବ।

ମୀନ: ଚଞ୍ଚଳ ପ୍ରକୃତିର ହେବେ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଥଣ୍ଡାକଫରେ ଆକ୍ରାନ୍ତ ହୋଇପାରନ୍ତି। ପୂର୍ବ ସୂଚନା ନ ଥାଇ ହଠାତ୍‍ କିଛି ଅର୍ଥ ମିଳିପାରେ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ; ମାତ୍ର ଅଧିକ ବ୍ୟୟକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ।

Leave A Reply