ଓଡ଼ିଶା ଓ ପଶ୍ଚିମବଙ୍ଗକୁ ହାଇକୋର୍ଟ ନୋଟିସ୍‍

0

କଟକ: ରସଗୋଲାକୁ ଜିଆଇ ମାନ୍ୟତା ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଓ ପଶ୍ଚିମବଙ୍ଗ ସରକାରଙ୍କ ବିଜ୍ଞାନ ଓ ପ୍ରବିଧି ପରିଷଦ ସମେତ ଶ୍ରୀମନ୍ଦିର ପ୍ରଶାସନ ଓ ଜିଆଇ ମାନ୍ୟତା ଦେଇଥିବା ଚେନ୍ନାଇ ସ୍ଥିତ ସଂସ୍ଥାକୁ ନୋଟିସ୍‍ ଜାରି କରିଛନ୍ତି। ‘ବାଂଲାର ରସଗୋଲା’ ନାମରେ ପଶ୍ଚିମ ବଙ୍ଗ ସରକାର ରସଗୋଲାର ଜିଆଇ ମାନ୍ୟତା ଲାଭ କରିଛନ୍ତି। ଏହାକୁ ବିରୋଧ କରି ପୁଣ୍ୟ ଉତ୍କଳ ଫାଉଣ୍ଡେସନ୍‍ର ସଚିବ ସୁଶାନ୍ତ ସାହୁ ଏବଂ ଓଡ଼ିଆ ପର୍ବର ସମ୍ପାଦକ ସନ୍ତୋଷ କୁମାର ସାହୁ ଏକ ଜନସ୍ୱାର୍ଥ ମାମଲା ଓଡ଼ିଶା ହାଇକୋର୍ଟରେ ଦାଖଲ କରିଥିଲେ। ମାମଲାର ବିଚାର କରି ହାଇକୋର୍ଟ ଉପରୋକ୍ତ କର୍ତ୍ତୃପକ୍ଷଙ୍କୁ ଆଜି ନୋଟିସ ଜାରି କରିଛନ୍ତି। ଏହାପୂର୍ବରୁ ଗତ ମାର୍ଚ୍ଚ ୧୬ ତାରିଖରେ ଜିଆଇ ରେଜିଷ୍ଟ୍ରି କାର୍ଯ୍ୟାଳୟ ପକ୍ଷରୁ ପଶ୍ଚିମବଙ୍ଗ ଖାଦ୍ୟ ପ୍ରକ୍ରିୟାକରଣ ଓ ଉଦ୍ୟାନ କୃଷି ବିଭାଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ‘ବାଂଲାର ରସଗୋଲା’ର ଜିଆଇ ମାନ୍ୟତା କାହିଁକି ରଦ୍ଦ କରାଯିବ ନାହିଁ ବୋଲି ସେଥିରେ ପ୍ରଶ୍ନ କରାଯାଇଥିଲା। ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଆବେଦନ କ୍ରମେ ଏହି ନୋଟିସ୍‍ ଜାରି କରାଯାଇଥିଲା।

Leave A Reply