ସୁରତ ବଳାତ୍କାର ନାବାଳିକା ଓଡିଶାର !

0

କଟକ: ସୁରତରେ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣାରେ ଗୁଜୁରାଟ ଗୃହମନ୍ତ୍ରୀ ପ୍ରଦୀପ ସିଂ ଜାଦେଜା ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି । ଉକ୍ତ ନାବାଳିକାଙ୍କ ପରିବାର ବିଷୟରେ କୌଣସି ସୂଚନା ମିଳି ନଥିଲେ ମଧ୍ୟ ସେ ଓଡ଼ିଶାର ବୋଲି ସନ୍ଦେହ କରାଯାଉଛି । ମନ୍ତ୍ରୀ କହିଛନ୍ତି ଯେ, ନାବାଳିକାର ଚିହ୍ନଟ ପାଇଁ ସବୁ ଆଡେ ପୋଷ୍ଟର ଲଗାଯାଇଛି । ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକଙ୍କ ସହିତ ଗୁଜରାଟ ପୁଲିସ ସମ୍ପର୍କରେ ରହି ନିଖୋଜ ୮ ହଜାର ନାବାଳିକାଙ୍କ ଫଟୋ ସହିତ ଉକ୍ତ ନାବାଳିକାଙ୍କ ଫଟୋ ମିଳାଇ ପରିଚୟ ଖୋଜିବା ପାଇଁ ଚେଷ୍ଟା କରାଯାଉଛି । ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ୍ ଓ କଲ ରେକର୍ଡ ଯାଞ୍ଚ ଚାଲିଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରହିଛି । ସୁରତ ପାଣ୍ଡେସାରାରେ ଅଧିକ ଓଡିଆ ରହୁଥିବାରୁ ପୀଡିତା ଓଡିଶାର ହୋଇଥାଇ ପାରନ୍ତି ବୋଲି ସନ୍ଦେହ ଦୃଢ ହୋଇଛି ।

 

Leave A Reply