ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଜଣେ ଗିରଫ

0

ଜଗତସିଂହପୁର: ତିର୍ତ୍ତଲ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ପୁଲିସ ଜଣଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ, ଗତକାଲି ଘରେ ନାବାଳିକା ଘରେ ଶୋଇଥିବା ବେଳେ ତାଙ୍କର ଜଣେ ସମ୍ପର୍କୀୟ ଯୁବକ ତାଙ୍କୁ ବଳାତ୍କାର କରିଥିଲେ ବୋଲି ଅଭିଯୋଗ ହୋଇଛି । ରକ୍ତାକ୍ତ ଅବସ୍ଥାରେ ପୀଡିତାଙ୍କୁ ପ୍ରଥମେ ମଣିଜଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଶନିବାର ତାଙ୍କ ଅବସ୍ଥା ଗୁରୁତର ହେବାରୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବାପା-ମାଆ ଘରେ ରହୁନଥିବା ବେଳେ ପୀଡିତା ଆଈଙ୍କ ସହ ରହୁଥିବା ଜଣାପଡିଛି ।

Leave A Reply