ନାବାଳିକାକୁ ଅପହରଣ ପରେ ବଳାତ୍କାର ଅଭିଯୋଗ

0

କନ୍ଧମାଳ: ଖଜୁରୀପଡା ଥାନା ଅଧିନ ଏକ ଗ୍ରାମର ଜଣେ ନାବାଳିକାକୁ ଅପହରଣ ପରେ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ବୟସ ୮ବର୍ଷ। ଜୁଲାଇ ୨ତାରିଖରେ ନାବାଳିକା ଜଣଙ୍କ ତାଙ୍କ ଘର ସମ୍ମୁଖରେ ଗାଧୋଉ ଥିବା ସମୟରେ ଅଭିଯୁକ୍ତ ଅପହରଣ କରି ନେଇଥିଲା। ଅଭିଯୁକ୍ତ ପ୍ରସନ୍ନ ବେହେରା (୫୫) ନାବାଳିକାକୁ ଅପହରଣ ପରେ ବଳାତ୍କାର କରି ଛାଡି ପଳାଇଥିଲା। ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ ସମସ୍ତ ଘଟଣା ବିଷୟରେ ଜଣାଇବା ପରେ ଖଜୁରୀପଡା ଥାନାରେ ଅଭିଯୁକ୍ତ ନାମରେ ଏତଲା ଦିଆଯାଇଥିଲା। ଅଭିଯୋଗକୁ ଭିତ୍ତି କରି ଖଜୁରୀପଡା ପୁଲିସ ଅଭିଯୁକ୍ତ ପ୍ରସନ୍ନ ବେହେରାକୁ ଗିରଫ କରିଥିଲା। ବୁଧବାର ଦିନ ନାବାଳିକାର ଡାକ୍ତରୀ ମାଇନା କରାଯାଇଥିଲା।

Leave A Reply