ବଢୁଛି ନାବାଳିକା ବଳାତ୍କାର

0

କଟକ: କିଛିଦିନ ପରେ ପୁଣି ଶିଶୁ କନ୍ୟା ବଳାତ୍କାର ଓ ହତ୍ୟା ଭଳି ଘୃଣ୍ୟ ଘଟଣା ରାଜ୍ୟରେ ଦେଖିବାକୁ ମିଳିଛି । ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ଚାଲିଥିବା ସଚେତନତା କାର୍ଯ୍ୟକ୍ରମ ‘ପରୀ ରଥ’ ସାରା ରାଜ୍ୟ ବୁଲିଥିବା ବେଳେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିନି ।

ମୟୂରଭଞ୍ଜ ଜିଲା ବାରିପଦା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର ପ​‌ରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ନାବାଳିକାଙ୍କ ମୃତଦେହ ବେତନଟୀ ଥାନା ଅଧୀନ ଗରୁଡ଼ବସା ଜଙ୍ଗଲରୁ ଉଦ୍ଧାର ହୋଇଛି । ସେହି ଗ୍ରାମର ଜାମିନିକାନ୍ତ ମହାନ୍ତ ନାମକ ଜଣେ ବ୍ୟକ୍ତି ନାବାଳିକାଙ୍କୁ ଶୁକ୍ରବାର ପ୍ରାୟ ଦିନ ୧୨ଟା ସମୟରେ ରଜ ଦୋଳି ଖେଳାଇବା ପାଇଁ କହି ସାଇକଲ୍‍ରେ ନେଇଯାଇ ଥିବା ଗ୍ରାମବାସୀ ଦେଖିଥିଲେ । କିନ୍ତୁ ସନ୍ଧ୍ୟା ସୁଦ୍ଧା ନାବାଳିକା ନ ଫେରିବାରୁ ଗ୍ରାମବସୀଙ୍କ ସନ୍ଦେହ ହୋଇଥିଲା। ଉକ୍ତ ଯୁବକ ନାବାଳିକାକୁ ଜଙ୍ଗଲ ମଧ୍ୟରେ ବଳାତ୍କାର ପରେ ତଣ୍ଟି ଚିପି ହତ୍ୟା କରିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍‍ ଟିମ୍‍ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତକୁ କାବୁ କରି ଗ୍ରାମବାସୀ ପୁଲିସ ଜିମା ଦେଇଛନ୍ତି ।

ସେହିପରି ଗତକାଲି ଅନୁଗୁଳ ଜିଲା ଖମାର ଥାନା ଅଞ୍ଚଳରେ ଜଣେ ୧୨ ବର୍ଷୀୟା ନାବାଳିକାକୁ ବାଳାତ୍କାର ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁଯାୟୀ ଗୁରୁବାର ଅପରାହ୍ନରେ ପୀଡିତା ଘର ପାଖ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ତାକୁ ଏକା ପାଇ ସେହି ରାସ୍ତା ରେ ଯାଉଥିବା ବାରିହାମୁଣ୍ଡା ଗ୍ରାମର ଗୁରୁ ବଦ୍ରା ନାମକ ବ୍ୟକ୍ତି ଉକ୍ତ ନାବାଳିକାକୁ ଜଙ୍ଗଲ ମଧ୍ୟକୁ ଟେକି ନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ଝିଅଟି ଘରକୁ ଯାଇ ପରିବାର ଲୋକଙ୍କୁ ସମସ୍ତ ଘଟଣା ଜଣେଇବା ପରେ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଗୁରୁ ବଦ୍ରାକୁ ଗିରଫ କରି କୋର୍ଟଚାଲାଣ କରିଛି ।

 

Leave A Reply