ଗୃହରକ୍ଷୀଙ୍କୁ ବଳାତ୍କାର ଅଭିଯୋଗ

0

କନ୍ଧମାଳ: ଜଣେ ମହିଳା ଗୃହରକ୍ଷୀଙ୍କ ସହ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ବିହାର ରେଜିମେଣ୍ଟର ଯବାନ ଟୁଲୁ ପ୍ରଧାନଙ୍କ ବିରୋଧରେ ଘୁ. ଉଦୟଗିରି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ କରି ଘୁ. ଉଦୟଗିରି ପୁଲିସ ଟୁଲୁ ପ୍ରଧାନଙ୍କୁ ଗିରଫ କରିଛି । ଉଭୟଙ୍କ ଡାକ୍ତରୀମାଇନା କରାଯାଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତ ୧୫ ତାରିଖ ଭୋର୍ ରୁ ଯବାନ ଟୁଲୁ ପ୍ରଧାନ ଉକ୍ତ ମହିଳା ଗୃହରକ୍ଷୀଙ୍କ ଘରେକୁ ଯାଇ ତାଙ୍କୁ ବଳାତ୍କାର କରିଥିଲେ । ପରେ ମହିଳା ଗୃହରକ୍ଷୀ ଜଣକ ତାଙ୍କୁ ବିବାହ କରିବାକୁ ଜିଦ୍ କରିବାରୁ ଟୁଲୁ ପ୍ରଧାନ ତାଙ୍କୁ ମାଡ ମାରିଥିଲେ । ଏନେଇ ମହିଳା ଗୃହରକ୍ଷୀ ଘୁ. ଉଦୟଗିରି ଥାନାରେ ଅଭିଯୋଗରେ କରିବା ପରେ ପୁଲିସ ଟୁଲୁ ପ୍ରଧାନଙ୍କୁ ଗିରଫ କରିଛି ବୋଲି ଥାନା ଅଧିକାରୀ ବାଳକୃଷ୍ଣ କହଁର ସୂଚନା ଦେଇଛନ୍ତି ।

Leave A Reply