ପ୍ରତିଶ୍ରୁତି ପରେ ପ୍ରତାରଣା; ୨ ଗିରଫ

0

ପାରଳାଖେମୁଣ୍ଡି: ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସର୍ମ୍ପକ ରଖିବା ପରେ ପ୍ରତାରଣା ଅଭିଯୋଗରେ ପୃଥକ ପୃଥକ ଘଟଣାରେ ଦୁଇ ଜଣ ଗିରଫ ହୋଇଛନ୍ତି । ଜଣେ ୧୫ ବର୍ଷୀୟା ନାବାଳିକା ଓ ଅନ୍ୟ ଜଣେ ବିବାହିତା ପ୍ରତାରଣାର ଶିକାର ହୋଇଛନ୍ତି । ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି ।

କାଶୀନଗର ଅଞ୍ଚଳର ଜଣେ ଯୁବକ ଜନୈକା ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଇ ବର୍ଷ ଧରି ଶାରିରୀକ ସମ୍ପର୍କ ରଖିଆସୁଥିଲେ । ପରେ ବିବାହ ପାଇଁ ମନା କରିବାରୁ ନାବାଳିକାଙ୍କ ପରିବାର ଲୋକେ ଥାନାରେ ତାଙ୍କ ଝିଅ ସହ ବଳାତ୍କାର କରାଯାଇଥିବା ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଯୁବକଙ୍କୁ ଗିରଫ କରି କୋାର୍ଟଚାଲାଣ କରିଛି।

ସେହିପରି ଅନ୍ୟ ଘଟଣାରେ ବିବାହର ପ୍ରତିଶ୍ରୁତି ଦେଇ ଜନୈକା ବିବାହିତା ମହିଳାଙ୍କ ସହ ଦୀର୍ଘ ଦିନ ଧରି ଶରିରୀକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଛନ୍ତି ଜଣେ ଯୁବକ । ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ଗାରାବନ୍ଧ ଥାନା ଗଣ୍ଡାହାତି ଗ୍ରାମ ପଞ୍ଚାୟତ ବଡିଅଡ ଗ୍ରାମର ସୁବାଷ ଶବର ବୋଲି ଜଣାପଡ଼ିଛି।

Leave A Reply