ନାବାଳିକାକୁ ବଳାତ୍କାର ଅଭିଯୋଗରେ ଟିଭି ରିଆଲିଟ ସୋ କଳାକାର ଗିରଫ

0

ମୁମ୍ବଇ: ଜଣେ ନାବିଳିକାକୁ ବଳାତ୍କାର କରିବା ଅଭିଯୋଗରେ ଟିଭି  ରିଆଲିଟି ସୋ ଅଭିନେତା ଆଦିତ୍ୟ କାପୁର ଗିରଫ ହୋଇଛି । ୨୨ ବର୍ଷିୟ ଏହି ଅଭିଯୁକ୍ତ ଜଣେ ୧୭ ବର୍ଷୀୟ ନାବାଳିକା ସହ ବନ୍ଧୁତା କରିବା ସହ ତାକୁ ନିଜ ଫ୍ଲାଟକୁ ଡାକିଥିଲେ । ଏହି ଅବସରରେ ନାବାଳିକାର ଖାଦ୍ୟ ଓ ପାନୀୟରେ ନିଶା ଦ୍ରବ୍ୟ ମିଶାଇ ଦେଇଥିଲେ । ଅର୍ଦ୍ଧ ଚେତନ ଅବସ୍ଥାରେ ନାବାଳିକାକୁ ବଳାତ୍କାର କରିବା ପରେ ସେ ଏକ ଫାଷ୍ଟ ଫୁଡ୍‌ ଦୋକାନ ନିକଟରେ ଛାଡି ଯାଇଥିଲା ।

ଏହାପରେ ନାବାଳିକା ନିଜ ଘର ଲୋକଙ୍କୁ  ଫୋନ୍‌ କରି ଡାକିଥିଲା ।  ଏହାପରେ ପୁଲିସ ସିସି ଟିଭି ଅଧାରରେ ଅଭିଯୁକ୍ତ ଆଦିତ୍ୟ ଗୁପ୍ତାକୁ ଗିରଫ କରିଛି । ତାହାର ଡାକ୍ତରୀ ମାଇନା ପରେ ଅଦାଲତରେ ହାଜର କରାଯାଇଥିଲା ।

Leave A Reply