ଲଜ୍ୟା : ୧୧ ଦିନରେ ୧୨ ଜଣ ନାବାଳିକୁଙ୍କୁ ବଳାତ୍କାର

0

କଟକ:   ଓଡିଶାରେ ବଳାତ୍କାର ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାପରେ ବିରୋଧି ଦଳ ପକ୍ଷରୁ  ବିଧାନ ସଭାରେ ଏହି ପ୍ରସଙ୍ଗରେ ହୋ ହଲ୍ଲା  କରାଯାଇଥିଲା । ଗତ ୧୧ ଦିନ ମଧ୍ୟରେ ରାଜ୍ୟରେ ୧୨ ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି । ଏହାପରେ ବିରୋଧି ଦଳ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିଷୟରେ ପ୍ରଶ୍ନ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ନିଜ ଅଧିନରେ ରଖିଥିବାରୁ ଗୃହରେ ସେ ଉତ୍ତର ରଖିବା ପାଇଁ ବିରୋଧି ଦଳର ସଦସ୍ୟମାନେ ଦାବି କରିଛନ୍ତି ।

ସମ୍ବଲପୁର ଜିଲାରେ ଏକ ୬ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି । ସେଥିରେ ବି ଜଣେ ନାବାଳକ ଅଭିଯୁକ୍ତ ଥିବା କଥା ସାମ୍ନାକୁ ଆସିଛି । ଏହା ସୋମବାରର ଘଟଣା ମାତ୍ର ମଙ୍ଗଳବାରରେ ଲୋକ ଲୋଚନକୁ ଆସିଥିଲା । ପୀଡିତାଙ୍କର ଡାକ୍ତରୀମାଇନା ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି ।  ଫେରାର ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ଚଢଉ ଜାରି ରଖିଛି ।

ସାଲେପୁରରେ ବଳାତ୍କାରର ଶିକାର ହୋଇଥିବା ପୀଡିତା ଏବେ କଟକ ସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ ଭେଣ୍ଟିଲେଟରରେ ଅଛନ୍ତି । ସେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ପୂର୍ବତନ ରାଜ୍ୟ ମହିଳା କମିଶନ ନମ୍ରତା ଚଢାଙ୍କ ନେତୃତ୍ୱରେ ଏକ ଦଳ ପୀଡିତାଙ୍କ ସମ୍ପର୍କୀୟମାନଙ୍କ ଡାକ୍ତରଖାନାରେ ଭେଟିଛନ୍ତି ।

Leave A Reply