ଜେଲ ବାହାରିଲା ଗ୍ୟାଙ୍ଗଷ୍ଟର ରାଜା ଆଚାର୍ୟ୍ୟ

0

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ୟ୍ୟ ଆଜି ଝାରପଡ଼ା ଜେଲ୍‌ରୁ ମୁକୁଳିଛି । ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ମାମଲାରେ ଗତ ୨୦ତାରିଖ ଦିନ ୫୦ହଜାର ଟଙ୍କା ଏବଂ ଦୁଇଟି ଜାମିନଦାର ବଳରେ ତାଙ୍କୁ ଏହି ଜାମିନ ମିଳିଥିଲା। ପ୍ରତି ସପ୍ତାହରେ ଲିଙ୍ଗରାଜ ମନ୍ଦିର ଥାନାରେ ହାଜିରା ଦେବାକୁ ତାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ୨୦୦୮ ଏପ୍ରିଲ ଜୁଡୋ କୋଚ୍ ବିରଞ୍ଚି ଦାସଙ୍କ ହତ୍ୟା ମାମଲାରେ ରାଜାଙ୍କୁ ଗିରଫ କରାଯାଇଥିଲା।

Leave A Reply