ଭବାନୀପାଟଣାରେ ୩୦ସେମି ବର୍ଷା ; ୬ଟି ଜିଲ୍ଲାରେ ପ୍ରବଳ ବର୍ଷିବ

0

କଟକ : ଓଡ଼ିଶା ଉପକୂଳ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ୱେଲମାର୍କ ଲଘୁଚାପର ରୂପ ନେଇଛି। ଯାହାର ପ୍ରଭାବରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଶଂ ଅଞ୍ଚଳରେ ବର୍ଷା ଲାଗିରହିଛି। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ଜଣାପଡିଛି। ସାରା ରାଜ୍ୟରେ ରବିବାର ରାତିରୁ ବର୍ଷା ଲାଗିରହିଛି।
ସୋମବାର ଉତ୍ତର ଓଡିଶାର ଅଳ୍ପ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ନୟାଗଡ଼, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିପରି ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, ଅନୁଗୋଳ, କେନ୍ଦୁଝର ଏବଂ ସମ୍ବଲପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡିର ଭବାନୀପାଟଣାରେ ସର୍ବାଧିକ ୩୦ସେ.ମି ଓ ନର୍ଲାରେ ୨୫ସେ.ମି, ପୁରୀରେ ୨୦ସେ.ମି, କଳାହାଣ୍ଡିର ଜୁନାଗଡ଼ରେ ୧୯ସେ.ମି ଓ ମଦନପୁର ରାମପୁରରେ ୧୯ସେ.ମି ବର୍ଷା ରେକର୍ଡ଼ କରାଯାଇଛି। ରାଜ୍ୟର ପ୍ରାୟ ଅଧିକାଂଶ ଅଞ୍ଚଳରେ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Leave A Reply