ଚୋରୀ ସାମଗ୍ରୀ ସହ ଧରା ପଡ଼ିଲେ ରେଳ ବିଭାଗ କର୍ମଚାରୀ

0

ସମ୍ବଲପୁର : ସମ୍ବଲପୁର ରେଳ ବିଭାଗରେ ସଫେଇ ଠିକା ସୁପରଭାଇଜର ଭାବରେ କାମ କରୁଥିବା ନୂତନ ଚରଣ ବାଗ ୪ଲକ୍ଷ ଚୋରି ସାମଗ୍ରୀ ସହ ବୁଧବାର ତାଙ୍କ ଘରୁ ଧରାପଡିଛନ୍ତି। ରାତିରେ ଜିଆରପି ପୁଲିସ ତାଙ୍କୁ ଗିରଫ କରିବା ସହ ଗୁରୁବାର ନୂତନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସୂଚନା ଅନୁସାରେ, ଗତ ୫ ତାରିଖରେ ସମ୍ବଲପୁର ବୁଢାରାଜା ନିବାସୀ ମନୋଜ ଦାସ ସପରିବାର ପୁରୀ ସମ୍ବଲପୁର ଇଣ୍ଟରସିଟିରେ ଭୁବନେଶ୍ଵରରୁ ସମ୍ବଲପୁର ଫେରୁଥିବା ସମୟରେ ସମ୍ବଲପୁର ରେଳଷ୍ଟେସନ ନିକଟରେ ତାଙ୍କ ପତ୍ନୀଙ୍କର ଭ୍ୟାନିଟି ବ୍ୟାଗ୍ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। କିଛି ସମୟ ଖୋଜାଖୋଜି ପରେ ବ୍ୟାଗ୍ ନମିଳିବାରୁ ସେମାନେ ତୁରନ୍ତ ଜିଆରପି ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ ଥାନା ଅଧିକାରୀ ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ଅନୁଯାୟୀ, ପୁଲିସ ପକ୍ଷରୁ ବୁଧବାର ରାତିରେ ଠିକା ସୁପରଭାଇଜର ନୂତନ ଚରଣ ବାଗଙ୍କ ଘରୁ ଚୋରି ହୋଇଥିବା ସାମଗ୍ରୀ ଜବତ କରାଯାଇଥିଲା।

Leave A Reply