ଧାରଣାରେ ଫାଟ : ଦୁର୍ଘଟଣାରୁ ବର୍ତ୍ତିଲା ଡିଏମ୍‌ୟୁ

0

ଟିକିରି : କୋରାପୁଟରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଡିଏମୟୁ ପାସେଞ୍ଜର ଟ୍ରେନ ମଙ୍ଗଳବାର ପୂର୍ବାହ୍ନରେ ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ଟ୍ରେନ୍‍ଟି ଲକ୍ଷ୍ମୀପୁର ବ୍ଲକ ରାଉଳି ଷ୍ଟେସନ ଛାଡିବା ପରେ ୧୦୦/୧୫ ବାହାର ଦୁଲିକି ନିକଟରେ ଲାଲ୍‍ କପଡା ଉଡୁଥିବା ଦେଖାଯାଇଥିଲା। ଚାଳକ ଏହାକୁ ଦେଖି ଟ୍ରେନକୁ ଅଟକାଇଥିଲେ।
ରାଉଳି ଠାରୁ ରେଲିଗୁମା ଷ୍ଟେସନ ମଝିରେ ୧୦୦/୧୫ଠାରେ ଡାହାଣ ପଟ ରେଳଧାରଣା ଭାଙ୍ଗିଥିବା ଦେଖି ବାହାରଦୁଲିକି ଗ୍ରାମର ଭୀମ ନାଏକ ଓ ବଳଭଦ୍ର ନାଏକ ରେଳ ଧାରଣା ଭାଙ୍ଗି ଯାଇଥିବା ଦେଖିଥିଲେ। ତୁରନ୍ତ ଟ୍ରେନକୁ ଦୁର୍ଘଟଣାରୁ ରକ୍ଷା କରିବାକୁ କୌଣସି ଝିଅର ଲାଲ ରଙ୍ଗର ଓନିକୁ ମାଗି ପତାକା କରି ଉଡାଇ ସୂଚନା ଦେଇଥିଲେ। ଟ୍ରେନ ଅଟକିବା ପରେ ଧାରଣାରେ ମରାମତି ହୋଇଥିଲା। ପରେ କୋରାପୁଟ-ବିଶାଖାପାଟଣା ଡିଏମ୍‍ୟୁ ଦୁଇ ଘଣ୍ଟା ବିଳମ୍ବରେ ରାୟଗଡା ଅଭିମୁଖେ ଯାତ୍ରା କରିଥିଲା।
ଏ ସମ୍ପର୍କରେ ସୂଚନା ପାଇଁ ଟିକିରି ରେଳ ଷ୍ଟେସନ ବିଭାଗୀୟ ଯନ୍ତ୍ରୀଙ୍କ ସହ ଯୋଗାଯୋଗ ହୋଇପାରି ନଥିବାରୁ ପ୍ରତିକ୍ରିୟା ମିଳି ପାରିନାହିଁ। ରେଳବାଇର ଅବହେଳା ଯୋଗୁଁ ଧାରଣାର ଫାଟ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।

Leave A Reply