ଭୁବନେଶ୍ୱରରେ ରାହୁଲଙ୍କ ସଭା !

0

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତା ୨୫ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି । ତେବେ ତାଙ୍କୁ ସଭା ପାଇଁ ଜାଗା ମିଳୁ ନାହିଁ । ସାଲେପୁର, ପାରାଦ୍ବୀପ, କଟକ​‌ ପରେ ଏବେ ଶେଷରେ ଭୁବନେଶ୍ୱରରେ ହିଁ ସଭା କରିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଭୁବନେଶ୍ୱର ବରମୁଣ୍ଡା ପଡିଆ କିମ୍ବା ତମାଣ୍ଡୋ ପଡିଆରେ ଆୟୋଜିତ ସାଧାରଣ ସଭାରେ ରାହୁଲ ଗାନ୍ଧୀ ଯୋଗ ଦେବେ ।

ତେବେ ଏହି ସଭା ସହିତ ସେ ସିଭିଲ୍ ସୋସାଇଟି ସଦସ୍ୟ, ଚାଷୀ, ଡାକ୍ତର, ସାମ୍ବାଦିକ ଓ ବୁଦ୍ଧିଜୀବୀଙ୍କୁ ଭେଟି ଆଲୋଚନା କରିବେ।  ୨୫ ତାରିଖ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ରାହୁଲଙ୍କ କାର୍ଯ୍ୟକ୍ରମ ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ସୂଚନାଯୋଗ୍ୟ ଯେ ପ୍ରଥମେ ସାଲେପୁର, ପରେ ପାରାଦ୍ବୀପ ଏବଂ ଶେଷରେ କଟକ ବାଲିଯାତ୍ରା ପଡିଆରେ ରାହୁଲଙ୍କ ସଭା ହେବ ବୋଲି କୁହାଯାଇଥିଲା । ତେବେ ଶେଷରେ ଭୁବନେଶ୍ୱରରେ ସଭା ହେବ ବୋଲି ସ୍ଥିର ହୋଇଛି। ତେବେ ବରମୁଣ୍ଡା ପଡିଆ ଅବା ତମାଣ୍ଡୋ ପଡିଆରେ ଏହି ସଭା କରାଯିବ ସେନେଇ ନିଷ୍ପତ୍ତି ହୋଇନାହିଁ । କିନ୍ତୁ ସଭାରେ ପ୍ରାୟ ୨ ଲକ୍ଷ ଲୋକ ଯୋଗଦେବେ ବୋଲି ପିସିସି ସଭାପତି କହିଛନ୍ତି ।

Leave A Reply