କଂଗ୍ରେସରେ ମିଶିବେ ପଞ୍ଚାନନ କାନୁନଗୋ

0

ଭୁବନେଶ୍ବର: କଂଗ୍ରେସ ଦଳ ପକ୍ଷରୁ ଅପରାହ୍ଣରେ ତମାଣ୍ଡୋରେ ହେବାକୁ ଥିବା ସଂକଳ୍ପ ସମାବେଶରେ ଯୋଗ ଦେଇ ରାହୁଳ ଗାନ୍ଧୀ ନେତା ଓ କର୍ମୀଙ୍କୁ ଉଦ୍‌ବୋଧନ ଦେବେ । ଅନ୍ୟପଟେ ଏହି ଅବସରରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କଂଗ୍ରେସରେ ମିଶିବେ ବୋଲି ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ରାହୁଳ ଦଳୀୟ ସମାବେଶରେ କର୍ମୀ ଓ ନେତାଙ୍କୁ ସମ୍ବୋଧନ କରିବା ସହ ବିଭିନ୍ନ ବର୍ଗର ଲୋକଙ୍କୁ ସାକ୍ଷତ କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ରାହୁଲଙ୍କ ଗସ୍ତ ପରେ ପ୍ରିୟଙ୍କା ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି ।

Leave A Reply