ରାଫେଲ ପ୍ରସଙ୍ଗ : ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା ପ୍ରତିରକ୍ଷା ମନ୍ତ୍ରଣାଳୟ

0

ନୂଆଦିଲ୍ଲୀ:ରାଫେଲ ଯୁଦ୍ଧ ବିମାନ କ୍ରୟ ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି । କେନ୍ଦ୍ର ସରକାର ଆଜି ସତ୍ୟପାଠ ଦାଖଲ ପାଇଁ ପୂର୍ବରୁ ଅନୁମତି ମାଗିଥିଲେ ଓ କୋର୍ଟ ଏଥିପାଇଁ ଅନୁମତି ପ୍ରଦାନ କରିଥିଲେ। ରାଫେଲ କାରବାର ରାୟର ସମୀକ୍ଷା ବିଷୟ ଲୋଡି ଆବେଦନକାରୀ ଦାଖଲ କରିଥିବା ଦସ୍ତାବେଜଗୁଡିକ ଜାତୀୟ ନିରାପତ୍ତା ଦୃଷ୍ଟିରୁ ସମ୍ବେଦନଶୀଳ ଓ ଏହା ଯୁଦ୍ଧବିମାନର ଲଢୁଆ କ୍ଷମତାକୁ ଦର୍ଶାଇବ ବୋଲି ସରକାର କୋର୍ଟରେ କହିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା, ଅରୁଣ ସୌରୀ ଏବଂ ଓକିଲ ପ୍ରଶାନ୍ତ ଭୂଷଣ ସମ୍ବେଦନଶୀଳ ତଥ୍ୟ ପ୍ରଘଟ କରିଥିବାର ନେଇ ଅପରାଧ କରିଛନ୍ତି ବୋଲି ସରକାର ତାଙ୍କର ସତ୍ୟପାଠରେ କହିଛନ୍ତି । ଏଥିରେ କୁହାଯାଇଛି ଆବେଦନକାରୀମାନେ ଜାତୀୟ ନିରାପତ୍ତା ଓ ପ୍ରତିରକ୍ଷା ସଂକ୍ରାନ୍ତ ଆଭ୍ୟନ୍ତରୀଣ ଆଲୋଚନା ଉପରେ ପର୍ଯ୍ୟବେସିତ କିଛି ଅସମ୍ପୂର୍ଣ୍ଣ ତଥ୍ୟକୁ ଉପସ୍ଥାପନ କରିଛନ୍ତି। ସେହି ତଥ୍ୟଗୁଡିକ ଅଣଅଧିକୃତଭାବେ ସଂଗ୍ରହ କରାଯାଇଛି । ସେହି ତଥ୍ୟ ପ୍ରଘଟ ଉପରେ ଆଭ୍ୟନ୍ତରୀଣ ତଦନ୍ତ ଚାଲିଛି।
ସୁପ୍ରିମକୋର୍ଟ ଗୁରୁବାର ରାଫେଲ ମାମଲାରେ ସମୀକ୍ଷା ପିଟିସନର ଶୁଣାଣି କରିବେ। ୨୦୧୮ ଡିସେମ୍ବର ୧୪ତାରିଖରେ ସୁପ୍ରିମକୋର୍ଟଙ୍କ ରାୟର ସମୀକ୍ଷା ବିଷୟ ଲୋଡି କରାଯାଇଥିବା ପିଟିସନଗୁଡିକର ଶୁଣାଣି କରୁଥିଲେ। ସେହି ରାୟରେ ସୁପ୍ରିମକୋର୍ଟ ଫ୍ରାନ୍‍ସଠାରୁ ୩୬ଟି ଯୁଦ୍ଧବିମାନ କିଣା ବୁଝାମଣାରେ ସରକାରଙ୍କୁ କ୍ଲିନଚିଟ୍‍ ଦେଇଥିଲେ। ସୁପ୍ରିମକୋର୍ଟ ତାଙ୍କ ରାୟରେ ବୁଝାମଣାରେ ହୋଇଥିବା ଅନିମିୟତାର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତ ଦଳ ଗଠନ ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେଇଥିଲେ।

Leave A Reply