ଶ୍ରୀମନ୍ଦିର ସଂସ୍କାର ବୈଠକ ଅନୁଷ୍ଠିତ

0

ପୁରୀ: ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍ ଶୁକ୍ରବାର ଜଗତଗୁରୁ ଶଙ୍କରାଚାର୍ୟ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ସାକ୍ଷାତ କରି ଶ୍ରୀମନ୍ଦିର ସଂସ୍କାର ବିଷୟରେ ଆଲୋଚନା କରିଛନ୍ତି । ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମଙ୍କୁ ସାକ୍ଷତାରେ ଶ୍ରୀମନ୍ଦିର ପ୍ରାଶସନିକ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳଙ୍କ ସହ ସେବାୟତମାନେ ଉପସ୍ଥିତରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୨ ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ବେଳେ ୩ ଟି ପ୍ରସ୍ତାବ ଉପରେ ଅସହମତି ପ୍ରକାଶ ପାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଆଲୋଚନା ସମୟରେ ଶ୍ରୀମନ୍ଦିର ନୀତି, ପ୍ରଥା ଓ ପରମ୍ପରା ବିଷୟରେ ଅବଗତ କରା ଯାଇଥିବା ସେ ପ୍ରକାଶ କରିଛନ୍ତି । ଅପରାହ୍ନରେ ଆଇନ ସଚିବଙ୍କ ସମେତ ତିନି ଜଣିଆ କମିଟି ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଆନନ୍ଦବଜାରରେ ଲଗା ଯାଇଥିବା ଅବଢା ଦର ତାଲିକା ହଟାଇବାକୁ ନିର୍ଦ୍ଦେଶ ହୋଇଛି । ଅବଢା ତାଲିକାରେ ଦର ବୃଦ୍ଧିକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶ୍ରାମନ୍ଦିର ପରିଚାଳନା କମିଟିର ଅନୁମୋଦନ ମିଳିବା ପରେ ନୂଆ ତାଲିକା ଲଗାଇ ଦିଆଯିବା ବୋଲି ସୂଚନା ମିଳିଛି ।

Leave A Reply