ଉଚ୍ଛୁଳିଲା ପୁରୀ ବଡ଼ଦାଣ୍ଡ

0

ପୁରୀ : ସାରା ରାଜ୍ୟକୁ ବ୍ୟାପିଲା ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ। ବୁଧବାର ରାଜ୍ୟର ବାକି ଅଞ୍ଚଳରେ ଏହା ପହଞ୍ଚିବା ପରେ ମୌସୁମି ସବୁ ଅଞ୍ଚଳକୁ ଛୁଇଁଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ମୌସୁମି ସକ୍ରିୟ ହେବା ସହିତ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ସ୍ନାନ ପୂର୍ଣ୍ଣିମା ପୂର୍ବରୁ ପୁରୀରେ ପ୍ରବଳ ବର୍ଷା ହୋଇଛି। ଅପରାହ୍ଣ ୫.୩୦ ସୁଦ୍ଧା ଏଠାରେ ସର୍ବାଧିକ ୧୨୭ ମିଲିମିଟର ବର୍ଷା ହୋଇଛି। ସେହିପରି ଅନୁଗୋଳରେ ୬୫ମିମି, ଭୁବନେଶ୍ୱରରେ ୬୩.୩ ମିମି, ସମ୍ବଲପୁରରେ ୪୯ ମିମି, ସୋନପୁରରେ ୩୯ ମିମି, ଫୁଲବାଣୀରେ ୩୫ ମିମି, ତାଳଚେରରେ ୨୭ ମିମି, ବଲାଙ୍ଗିରରେ ୨୨.୨ ମିମି ଓ କଟକରେ ୧୧ ମିମି ବର୍ଷା ରେକର୍ଡ଼ କରାଯାଇଛି। ଆସନ୍ତା ୪୮ ଘଣ୍ଟା ପର୍ୟ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

Leave A Reply