ହାତୀବାରୀ ଥାନା ଘେରିଲେ ମହିଳା

0

ରାଉରକେଲା: ଅଭିଯୁକ୍ତଙ୍କୁ ଗିରଫଦାରି ପ୍ରତିବାଦରେ ମହିଳାମାନେ ହାତୀବାରୀ ଥାନା ଘେରାଉ କରିଛନ୍ତି । ରବିବାର ରାତିରେ ହାତିବାରୀ ଥାନା ଅନ୍ତର୍ଗତ ବନେଇ ଲତା ଗାଁର କିଛି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ହାତୀବାରୀ ଥାନା ଅଧିକାରୀଙ୍କ ସମେତ ୫ ପୁଲିସ କର୍ମଚାରୀ ପହଞ୍ଚିଥିଲେ । ଗ୍ରାମସଭାର ଅନୁମୋଦନ ବିନା ଗାଁକୁ ପଶିଥିବା କହି ଗ୍ରାମବାସୀମାନେ ପୁଲିସଙ୍କୁ ଅଟକ ରଖିଥିଲେ । ଖବର ପାଇ ଜିଲାପାଳ ଓ ବରିଷ୍ଠ ପୁଲିସ ଅଧିକାରୀମାନେ ସେଠାକୁ ଯାଇ ଅଟକ ପୁଲିସ ଟିମକୁ ଉଦ୍ଧାର କରିଥିଲେ । ପୁଲିସ ଅଟକ ରଖିବା ଅଭିଯୋଗରେ ସେହି ଗାଁର ୨୫ ଜଣଙ୍କୁ ପୁଲିସ ଅଟକ ରଖିଥିଲା। ଏହାର ପ୍ରତିବାଦରେ ମହିଳାମାନେ ଆଜି ହାତୀବାରୀ ଥାନା ଘେରାଉ କରିଛନ୍ତି ।

Leave A Reply