ପରିସ୍ରା ବେଳେ ସମସ୍ୟା ଅନୁଭବ କରୁଛନ୍ତି କି? ସାବଧାନ, ହୋଇଥାଇପାରେ ପ୍ରୋଷ୍ଟେଟ୍‍ କ୍ୟାନସର!

0

ନୂଆଦିଲ୍ଲୀ : ନିକଟରେ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ପୁରୁଷଙ୍କଠାରେ ଦେଖାଯାଉଥିବା ପ୍ରୋଷ୍ଟେଟ କ୍ୟାନସର (କର୍କଟ) ସମ୍ପର୍କରେ ଜାଣିବା ଅତ୍ୟନ୍ତ କଷ୍ଟକର। ସବୁଠୁ ଭଲ ଏମ୍‍ଆରଆଇ ମଧ୍ୟ ଏହି କର୍କଟକୁ ଧରିପାରେ ନାହିଁ। ଠିକ୍‍ ସମୟରେ ପ୍ରୋଷ୍ଟେଟ୍‍ କ୍ୟାନସର ଜଣାନପଡ଼ିଲେ ଏହା ବିପଦଜନକ ରୂପ ନେଇଥାଏ।

ସ୍ତନ କର୍କଟଠାରୁ ଏହା ଅଧିକ ବିପଦଜନକ : ବ୍ରିଟେନ୍‍ର ପ୍ରୋଷ୍ଟେଟ୍‍ କର୍କଟ ସଂଗଠନର ଅନୁସନ୍ଧାନରୁ ଜଣାପଡିଛି ଯେ ସ୍ତନ କର୍କଟଠାରୁ ପ୍ରୋଷ୍ଟେଟ୍‍ କର୍କଟ ଅଧିକ ବିପଦଜନକ। ପ୍ରୋଷ୍ଟେଟ୍‍ କ୍ୟାନସର ପରୀକ୍ଷା ଅତି ସହଜ ହୋଇଥିଲେ ମଧ୍ୟ ବିଶେଷଜ୍ଞ ଡାକ୍ତରଙ୍କ ଅଭାବରୁ ଲୋକେ ରୋଗ ବିଷୟରେ ସଠିକ ସମୟରେ ଜାଣିପାରିନଥାନ୍ତି। ଏମ୍‍ଆରଆଇ ସ୍କାନ ଦ୍ୱାରା ଏହି ରୋଗକୁ ଚିହ୍ନଟ କରାଯାଇଥାଏ।

ପ୍ରୋଷ୍ଟେଟ୍‍ କ୍ୟାନସର କ’ଣ : କେବଳ ପୁରୁଷଙ୍କୁ ପ୍ରୋଷ୍ଟେଟ୍‍ କ୍ୟାନସର ହୋଇଥାଏ, କାରଣ ପ୍ରୋଷ୍ଟେଟ୍‍ ଗ୍ରନ୍ଥି କେବଳ ପରୁଷଙ୍କଠାରେ ଥାଏ। ପ୍ରାୟ ୫୦ ବର୍ଷ ବୟସରୁ ଊର୍ଦ୍ଧ୍ବ ପୁରୁଷଙ୍କଠାରେ ଏହି ରୋଗ ଦେଖାଯାଇଥାଏ। ପରିସ୍ରା ନଳୀ ସହ ଏହି ପୋଷ୍ଟେଟ୍‍ ଗ୍ରନ୍ଥି ଲାଗି ରହିଥାଏ। ଏହା ଶୁକ୍ରାଣୁରେ ମିଶୁଥିବା ଏକ ଦ୍ରାବକ ପ୍ରସ୍ତୁତ କରିଥାଏ। କୌଣସି କାରଣରୁ ପ୍ରୋଷ୍ଟେଟ୍‍ ଗ୍ରନ୍ଥି ବୃଦ୍ଧି ପାଇ କର୍କଟ ରୂପ ନେଇଥାଏ। ପ୍ରୋଷ୍ଟେଟ୍‍ ଗ୍ରନ୍ଥି ବଢିବା କାରଣରୁ ପରିସ୍ରାରେ ସମସ୍ୟା ଦେଖାଯାଇଥାଏ। ବାରମ୍ବାର ପରିସ୍ରା ଲାଗିବା, ହଠାତ୍‍ ପରିସ୍ରା ବାହାରିଯିବା, ପରିସ୍ରା ଅଟକାଇ ରଖିବାରେ ସମସ୍ୟା ଦେଖାଯିବା ଓ ପରିସ୍ରାରେ ଶୁକ୍ରାଣୁ ବାହାରିବା ଆଦି ପ୍ରୋଷ୍ଟେଟ୍‍ କର୍କଟର ଲ’ଣ। ଯଦି ପରିସ୍ରା କରିବା ବେଳେ ଏଭଳି ସମସ୍ୟା ଦେଖାଯାଉଛି ତେବେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏଭଳି ଲକ୍ଷଣ ପ୍ରୋଷ୍ଟଟ୍‍ କର୍କଟ ରୋଗର ସଂକେତ।

Leave A Reply