ଅର୍ଦ୍ଧସାମରିକ ବାହିନୀରେ ୭୬ ହଜାର ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

0

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ସମେତ ଅର୍ଦ୍ଧସାମରିକ ବାହିନୀରେ ୭୬ ହଜାର ୫୭୮ଟି ଖାଲି ପଦବୀ ପାଇଁ ବ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। ଏଥିପାଇଁ ମାସେ ବ୍ୟାପି କମ୍ପ୍ୟୁଟର ଭିତ୍ତିକ ଲିଖିତ ପରୀକ୍ଷା ଆସନ୍ତା ସୋମବାର ୧୧ ତାରିଖରୁ ଆରମ୍ଭ ହେବ।

ମୋଟ୍‍ ଖାଲି ପଦବୀ ମଧ୍ୟରୁ ୫୪ ହଜାର ୯୫୩ଟି କନେଷ୍ଟବଳ ପଦବୀ ରହିଥିବା ବେଳେ ୧ ହଜାର ୭୩ଟି ସବ୍‍ଇନ୍ସପ୍ଟେର ପଦବୀ ଓ ୪୬୬ଟି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀ ରହିଛି। ୨୦ହଜାର ୮୬ଟି ଖାଲିପଡ଼ିଥିବା ପଦକୁ ପଦୋନ୍ନତି ମାଧ୍ୟମରେ ପୂରଣ କରାଯିବ।
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ, ସମସ୍ତ ପ୍ରାରମ୍ଭିକ କାର୍ଯ୍ୟ ସଂପୂର୍ଣ୍ଣ ହେବା ପରେ ଏହି ପଦବୀଗୁଡ଼ିକର ପୂରଣ ହେବ। କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ) ମଧ୍ୟରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ, ସୀମା ସୁରକ୍ଷା ବାହିନୀ, ଭାରତ ତିବ୍ଦତ ସୀମା ପୁଲିସ, ସଶସ୍ତ୍ର ସୀମା ବଳ, ଆସାମ ରାଇଫଲ୍‍ସ ଓ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ ଅନ୍ତର୍ଭୁକ୍ତ।

Leave A Reply