ମୋଦୀଙ୍କର କୌଣସି ବଂଶ ନାହିଁ ବୋଲି କହିଲେ କଂଗ୍ରେସ ନେତା; ବ୍ଲଗର ଜବାବ ଦେଲେ ପ୍ରିୟଙ୍କା

0

ନୂଆଦିଲ୍ଲୀ: କଂଗ୍ରେସ ବଂଶବାଦ ରାଜନୀତି କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଯୋଗ ଆଣିଛନ୍ତି। ବଂଶବାଦ ରାଜନୀତି ଯୋଗୁ ଦେଶର ବିଭିନ୍ନ ସଂସ୍ଥାଗୁଡ଼ିକୁ ଅଧିକ କ୍ଷତି ସହିବାକୁ ପଡ଼ିଛି। ବୁଧବାର ମୋଦୀ ନିଜ ବ୍ଲଗରେ କଂଗ୍ରେସକୁ ଟାର୍ଗେଟ କରି ଏଭଳି ଟିପ୍ପଣୀ ଦେବା ପରେ ଏହାର କଡ଼ା ଜବାବ ଦେଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ସେ ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ବିଜେପି ଗତ ୫ବର୍ଷ ଧରି ଦେଶର ବିଭିନ୍ନ ସଂସ୍ଥାକୁ ନିଜ ଇଚ୍ଛା ଅନୁସାରେ ଚଳାଉଛି। ଆମକୁ ନିନ୍ଦା କରି ଯେତେ ମାନସିକ ଆଘାତ ଦେଲେ ମଧ୍ୟ ଆମେ ଡରିବୁ ନାହିଁ, ବରଂ ସେତେ ଅଧିକ ବେଗରେ ଲଢ଼େଇ କରିବୁ ବୋଲି ପ୍ରିୟଙ୍କା କହିଛନ୍ତି।

ପ୍ରିୟଙ୍କାଙ୍କ ବ୍ୟତୀତ କଂଗ୍ରେସ ନେତା ତାରିକ ଅନୱର ବି ମୋଦୀଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମୋଦୀଙ୍କର କୌଣସି ବଂଶ ନାହିଁ। ତେଣୁ ଏଥିପାଇଁ ବୋଧହୁଏ ସେ ଏଭଳି କହୁଛନ୍ତି। ରାଜନୀତି ହେଉ କି ରୋଜଗାର, ପୂରା ଦୁନିଆରେ ସମସ୍ତେ ନିଜ ବଂଶକୁ ଆଗକୁ ବଢ଼ାଇଥାନ୍ତି। ମାତ୍ର ମୋଦୀଙ୍କୁ ନିଜର ବଂଶ ବଢ଼ାଇବା ଦରକାର ନାହିଁ, ତେଣୁ ସେ ଏପରି କହୁଛନ୍ତି ବୋଲି ଅନୱର କହିଛନ୍ତି।

Leave A Reply