ଲକ୍ଷ୍ନୌରେ ପ୍ରିୟଙ୍କା-ରାହୁଲଙ୍କ ରୋଡ ସୋ

0

ଲକ୍ଷ୍ନୌ: କଂଗ୍ରେସ ଦଳର ମହାସଚିବ ହେବା ପରେ ପ୍ରିୟଙ୍କା ଗାନ୍ଧି ପ୍ରଥମ ଥର ଲକ୍ଷ୍ନୌରେ ରୋଡ ସୋ କରିଛନ୍ତି। ତାଙ୍କ ସହିତ ଦଳ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସାମିଲ ହୋଇଛନ୍ତି। ସେହିପରି ପଶ୍ଚିମ ୟୁପି ପ୍ରଭାରୀ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ ମଧ୍ୟ ଏହି ରୋଡ ସୋରେ ଜନତାଙ୍କୁ ସମ୍ବୋଧିତ କରିଛନ୍ତି। କଂଗ୍ରେସର ପୂର୍ବତନ ସାଂସଦ ପ୍ରମୋଦ ତିୱାରୀଙ୍କ ସୂଚନା ଅନୁଯାୟୀ, ରୋଡ ସୋ ସମୟରେ ଅନେକ ସ୍ଥାନରେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଦଳୀୟ  କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି।  ପ୍ରିୟଙ୍କା ଗାନ୍ଧି ଓ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ ଫେବୃଆରୀ ୧୪ ପର୍ଯ୍ୟନ୍ତ ଲକ୍ଷ୍ନୌରେ ରହି  ଦଳୀୟ ସଂଗଠନ ବିଷୟରେ ଆଲୋଚନା କରିବେ।

Leave A Reply