ବ୍ରିଟେନ ରାଜକୁମାରଙ୍କ ବିବାହରେ ଯୋଗଦେଲେ ପ୍ରିୟଙ୍କା

0

ମୁମ୍ବଇ : ବ୍ରିଟେନ ରାଜକୁମାର ହୈରି ଏବଂ ଆମେରିକୀୟ ଅଭିନେତ୍ରୀ ମୋଗନଙ୍କ ବିବାହରେ ଭାରତରୁ ଏକମାତ୍ର ବଲିଉଡ ଅଭିନେତ୍ରୀ ଭାବେ ପ୍ରିୟଙ୍କା ଚୋପ୍ରା ଯୋଗ ଦେଇଥିଲେ। ଏହି ବିବାହ ଉତ୍ସବ ପାଇଁ ପ୍ରିୟଙ୍କା ପିନ୍ଧିଥିବା ରାଜକୀୟ ପୋଷାକ ବେଶ ଚର୍ଚ୍ଚାର ବିଷୟ ହୋଇଛି। ଏହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏହି ବହୁଚର୍ଚ୍ଚିତ ବିବାହର ସିଧାପ୍ରସାରଣ ୟୁଟ୍ୟୁବ୍‍ରେ କରାଯାଇଥିଲା, ସେଥିରେ ପ୍ରିୟଙ୍କା କ୍ୱାଣ୍ଟିକୋ ଧାରାବାହିକର ଅଭିନେତ୍ରୀ ଜର୍ଜ କ୍ଲୁନି ଏବଂ ଅଭିନେତା ଅମଲ କ୍ଲୁନିଙ୍କ ସହ କଥାବାର୍ତ୍ତା କରୁଥିବାର ଦେଖିବାକୁ ମିଳିଥିଲେ। ଅଭିନେତ୍ରୀ ମୋଗନ ତାଙ୍କର ଭଲ ବାନ୍ଧବୀ ହୋଇଥିବାରୁ ପ୍ରିୟଙ୍କା ଏହି ବିବାହରେ ନିଶ୍ଚୟ ଯୋଗଦେବେ ବୋଲି ପୂର୍ବରୁ କହିଥିଲେ। ଏ କ୍ରମରେ ତାଙ୍କୁ ଏହି ବିବାହ ଉତ୍ସବରେ ଦେଖିବାକୁ ମିଳିଥିଲା।

Leave A Reply