ସାମାଜିକ ଗଣମାଧ୍ୟମ ବିନା ଏମିତି ଥିଲା ଦିନ, ଫଟୋ ସେୟାର କଲେ ପ୍ରୀତି

0

ମୁମ୍ବଇ: ସାମାଜିକ ଗଣମାଧ୍ୟମ ଲୋକଙ୍କ ଜୀବନକୁ କିପରି ପ୍ରଭାବିତ କରୁଛି ଓ ଏକ ବଡ଼ଅଂଶ ଅକ୍ତିଆର କରି ରଖିଛି ତାର ଉଦାହରଣ ବଲିଉଡ଼ ଅଭିନେତ୍ରୀ ପ୍ରୀତି ଜିଣ୍ଟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରି ଦେଇଛନ୍ତି। ସେ ଏହି ଫଟୋ ସହ ଲେଖିଛନ୍ତି ଯେ ସାମାଜିକ ଗଣମାଧ୍ୟମ ଏତେ ଗୁରୁତ୍ୱ ଲାଭ କରିନଥିବାବେଳେ ଆମେ ସାଙ୍ଗମାନେ ପରସ୍ପରକୁ ଦେଖା କରି ଭାବର ଆଦାନପ୍ରଦାନ କରୁଥିଲୁ। ଏବେ ସାମାଜିକ ଗଣମାଧ୍ୟମ ଆମ ଜୀବନର ଏକ ବଡ଼ ଅଂଶକୁ ଅକ୍ତିଆର କରିନେବା ପରେ ଆମେ କେବଳ ସାମାଜିକ ଗଣମାଧ୍ୟମରେ ନିଜ ମତ ରଖୁଛୁ ଓ ଫଟୋକ ସେୟାର କରୁଛୁ। ଅର୍ଥାତ ସେ ଦିନ ଆଉ ଏ ଦିନ ମଧ୍ୟରେ ଯେଉଁ ଫରକ ଅଛି ତାହା ମଝିରେ ସାମାଜିକ ଗଣମାଧ୍ୟମ ଏକ ବନ୍ଧ ବା ବାଡ଼ ହୋଇ ଠିଆ ହୋଇଛି ବୋଲି ପ୍ରୀତି କ୍ଷୋଭର ସହ କହିଛନ୍ତି। ପ୍ରୀତି ଅତୀତ ଜୀବନକୁ ମନେପକାଇ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରାଣୀ ମୁଖାର୍ଜୀ, ପ୍ରିୟଙ୍କା ଚୋପ୍ରା, ଶାରୁଖ ଖାନ, ଅର୍ଜୁନ ରାମପାଲ, ସୈଫ ଅଲି ଖାନ ସହ ନିଜର ଏକ ଗ୍ରୁପ୍‍ ଫଟୋକୁ ସେୟାର କରିଛନ୍ତି। ସେ ଏଥିରେ ଲେଖିଛନ୍ତି ଯେ ଅତୀତର ସମୟ ଅତି ଆନନ୍ଦଦାୟକ ଥିଲା। ଜଣେ ଅନ୍ୟଜଣଙ୍କ ସହ ସମୟ କଟାଉଥିଲେ। କିନ୍ତୁ, ଆଜି ସମୟର ଅଭାବଯୋଗୁଁ କିଏ କାହାକୁ ମଧ୍ୟ ସମୟ ଦେଇପାରୁନାହାନ୍ତି। କେବଳ ସାମାଜିକ ଗଣମାଧ୍ୟମରେ ଲାଇକ ଆଉ ନିଜର ମତ ପ୍ରଦାନ କରୁଛନ୍ତି। ଏହାଦ୍ୱାରା କିଏ କାହା ସହ ମିଶି ପାରୁନାହାନ୍ତି, ଯାହାକୁ ବେଳେବେଳେ ଭାବିଲେ କଷ୍ଟ ଲାଗୁଛି।

Leave A Reply