ଜାଣନ୍ତୁ ଗର୍ଭବତୀଙ୍କ ଉପରେ ସୂର୍ଯ୍ୟପରାଗର ପ୍ରଭାବ

0

ଶାସ୍ତ୍ର ଅନୁସାରେ ଗର୍ଭବତୀମାନେ ସୂର୍ଯ୍ୟ ପରାଗ ଦେଖିବା ଦ୍ୱାରା ଖରାପ ପ୍ରଭାବ ପଡିଥାଏ। ମାନ୍ୟତା ଅନୁସାରେ ଯେକୌଣସି ସୂର୍ଯ୍ୟ ପରାଗର ପ୍ରଭାବ ୧୦୮ଦିନ ପର୍ଯ୍ୟନ୍ତ ରହିଥାଏ। ଏହାର ପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡିଥାଏ। ଶିଶୁ ଶାରିରୀକ ଓ ମାନସିକ ରୂପେ ବିକଳାଙ୍ଗ ହେବାର ଆଶଙ୍କା ମଧ୍ୟ ରହିଥାଏ।


ଜୁଲାଇ ୧୩ରେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ। ଏହି ସମୟରେ ଗର୍ଭବତୀମାନେ ବାହାରକୁ ବାହାରିବା ଅନୁଚିତ। କୌଣସି ତୀକ୍ଷ୍ଣ ଜିନିଷ ବ୍ୟବହାର କରିବା ମଧ୍ୟ ଉଚିତ ନୁହେଁ। ଏପରି କରିବା ଦ୍ୱାରା ଶିଶୁର ଯେକୌଣସି ଅଙ୍ଗ ଉପରେ ଖରାପ ପ୍ରଭାବ ପଡିଥାଏ।
ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ପରାଗ ସରିବା ପରେ ଗର୍ଭବତୀମାନେ ଗାଧୋଇବା ଉଚିତ୍‍। ଗାଧୋଇବା ପରେ ତୁଳସୀ ପତ୍ର ଖାଇ ହନୁମାନ ଚାଳିଶା ପାଠ କରିବା ଉଚିତ।

Leave A Reply