ଆଇନ ମନ୍ତ୍ରୀଙ୍କ ମାତୃ ବିୟୋଗ

0

କଟକ: ଆଜି ସକାଳୁ ରାଜ୍ୟ ସ୍ୱାସ୍ଥ୍ୟ,ସୂଚନା ଓ ଲୋକ ସମ୍ପର୍କ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ମାତୃ ଶ୍ରୀମତୀ ସରସ୍ୱତୀ ଦେବୀଙ୍କର ୮୭ବର୍ଷ ବୟସରେ ପରଲୋକ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥାଇ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିସିôତ ହେଉଥିଲେ। ଆଜି ସକାଳେ ତାଙ୍କର ପାର୍ଥିବ ଶରୀରକୁ ମନ୍ତ୍ରୀ ଶ୍ରୀ ଜେନାଙ୍କ କଟକ ଯୋବ୍ରାସ୍ଥିତ ବାସ ଭବନକୁ ଅଣାଯିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ମର ଶରୀରରେ ପୁଷ୍ପଗୁଚ୍ଛ ଅର୍ପଣ କରି ଶେଷ ସମ୍ମାନ ଜଣାଇଥିଲେ। ଜିଲା ପ୍ରଶାସନ ତରଫରୁ ଜିଲାପାଳ ସୁଶାନ୍ତ ମହାପାତ୍ର, ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତରାୟ,ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମୀନକେତନ ବେହେରା ପ୍ରମୁଖ ସ୍ୱର୍ଗତା ଜେନାଙ୍କର ଅନ୍ତିମ ଦର୍ଶନ କରିବା ସହ ଶୋକସନ୍ତପ ପରିବାରଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ସ୍ୱର୍ଗତା ଜେନାଙ୍କର ମୃତ୍ୟୁ ସମୟରେ ତାଙ୍କ ନିକଟରେ ପୁତ୍ର ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା(ଲୁଲୁ) ସହିତ ତାଙ୍କର ଦୁଇ ପୁତ୍ର ବୁଲୁ ଓ ଟୁଲୁ ଏବଂ ପରିବାର ବର୍ଗ ଉପସ୍ଥିତ ଥିଲେ।

Leave A Reply