ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମରେ ନିର୍ବାଚନ ଆଚରଣବିଧି ଉଲଘଂନ ଅଭିଯୋଗ

0

କଟକ : କଟକ ଜିଲା ସାଲେପୁର ଥାନାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମରେ ନିର୍ବାଚନ ଆଚରଣବିଧି ଉଲଘଂନ ଅଭିଯୋଗ କରାଯାଇଛି ।  କଟକ ଜିଲା ବିଜେପି ସଭାପତି ଚୌଧୁରୀ ହେମନ୍ତ ସାହୁ ସାଲେପୁର ଥାନାରେ ଏହି ଅଭିଯୋଗ  କରିଛନ୍ତି  । ସେ ଲିଖିତ ଭାବେ ଥାନାରେ ଏହି ଅଭିଯୋଗ କରିଛନ୍ତି।  ଭୋଟ ଦେଲେ ଟଙ୍କା ମିଳିବ ବୋଲି ମନ୍ତ୍ରୀ ପ୍ରଲୋଭନ ଦେଖାଇଥିିବା ହେମନ୍ତ ଅଭିଯୋଗ କରିଛନ୍ତି।  ଏହି ଘଟଣାର ନିରପକ୍ଷ ଭାବେ ଶୀଘ୍ର ତଦନ୍ତ କରିବା ପାଇଁ ସେ ଦାବି କରିଛନ୍ତି ।

ବିଜେପି ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏ ବିଷୟରେ ଅଭିଯୋଗ କରାଯାଇଛି । ତୁରନ୍ତ ମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦଳ ଦାବି କରିଛି । ମନ୍ତ୍ରୀଙ୍କ ଏକ ଅଡିଓ ଟେପ୍‌ ଏବେ ଭାଇରାଲ ହେବାର ଲାଗିଛି । ଏଥିରେ  ମୋବାଇଲ୍‌ ଓ କ୍ୟାମେରା ବନ୍ଦ କରିବାକୁ କୁହାଯାଉଥିବା ବେଳେ ,  ପଞ୍ଚାୟତକୁ ଟଙ୍କା ଦିଆଯିବ ବୋଲି କୁହାଯାଇଛି ।

କଂଗ୍ରେସ ମଧ୍ୟ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ।

ବିରୋଧିଙ୍କ କାମ ବିରୋଧ କରିବା ଓ ଅଭିଯୋଗ କରିବା, ଘଟଣାର ସତ୍ୟା ସତ୍ୟ ଜଣାପଡି ନାହିଁ , ତେଣୁ ଏ ବିଷୟରେ ବିଶେଷ କିଛି କହିବାର ନାହିଁ ବୋଲି ବରିଷ୍ଠ ବିଜେଡି ନେତା  ପୁଷ୍ପେନ୍ଦ୍ର ସିଂ ଦେଓ   କହିଛନ୍ତି ।

Leave A Reply