କେଉଁ କାର୍ଯ୍ୟ କଲେ ଆସେ ଦାରିଦ୍ରତା ଜାଣନ୍ତୁ

0

ଦୈନନ୍ଦିନ ଜୀବନରେ ଆମେ ଆମ ଜାଣତରେ ଅଜାଣତରେ ଏପରି ବହୁ କାର୍ଯ୍ୟ କରିଥାଉ ଯାହାର କୁପ୍ରଭାବ ଆମ ଉପରେ ପଡ଼ିଥାଏ। ସେପରି ବହୁ କାର୍ଯ୍ୟ ବିଷୟରେ ଆସନ୍ତୁ ଜାଣିବା।
ଘରର ଭିତରେ ଠାକୁର ଘର ତିଆରି ନ ହୋଇ ମୁଖ୍ୟ ଦ୍ୱାର ସମ୍ମୁଖରେ ଯଦି ଥାଏ , ତେବେ ସେଥିରେ ଦେବୀ ଓ ଶକ୍ତି ବାସ କରି ନ ଥାନ୍ତି। ଯାହା ଫଳରେ ଘରର ସଦସ୍ୟ ମାନଙ୍କ ହେଦ ଖରାପ ହୋଇଥାଏ।
ଘରର ମୁଖ୍ୟ ଦ୍ୱାର ନିକଟରେ ଯଦି ବଡ଼ ଗଛ ଥାଏ , ତେବେ ଘରରେ କଳି ଝଗଡ଼ା ଓ ଦାରିଦ୍ରତା ଲାଗି ରହେ।
ଯଦି ଘରର ସାମ୍ନାରେ ବା ଅଳ୍ପ ଦୂରରେ ବଡ଼ ଗଛ ଥାଏ ,ତେବେ ଘରେ ସ୍ୱସ୍ତିକ ଚିହ୍ନ ଲଗାନ୍ତୁ। ଏହା ଦ୍ୱାରା ଏହାର କୁପ୍ରଭାବ ପଡ଼ି ନଥାଏ।
ଜୋତା ବା ଚପଲକୁ ଘରର ଦ୍ୱାର ସାମ୍ନାରେ ରଖନ୍ତୁ ନାହିଁ। ଏହା ଦ୍ୱାରା ଘରେ ନମରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ଏତଦ୍‍ ବ୍ୟତୀତ ଘରର ସାମ୍ମନାରେ ଅଳିଆ ଗଦା କରି ରଖନ୍ତୁ ନାହିଁ। ଏହା ଦ୍ୱାରା ଘରେ ଲକ୍ଷ୍ମୀଙ୍କ ବାସ ହୋଇ ନଥାଏ। ଯାଦ୍ୱାରା ଘରକୁ ଦାରିଦ୍ରତା ଆସିଥାଏ।

Leave A Reply