ରାଜନୈତିକ ଦଳକୁ ନିର୍ବାଚନ କମିଶନଙ୍କ କଡ଼ା ଚେତାବନୀ ; ମହଙ୍ଗା ପଡ଼ିବ ସେନା କର୍ମଚାରୀଙ୍କ ଫଟୋ ଓ ନାମ ବ୍ୟବହାର

0

ନୂଆଦିଲ୍ଲୀ: ନିର୍ବାଚନ ବିଜ୍ଞାପନରେ ସେନା କର୍ମଚାରୀଙ୍କ ଫଟୋ ଓ ନାମ ପ୍ରଦର୍ଶନ ନ କରିବାକୁ ରାଜନୈତିକ ଦଳ ଗୁଡିକ ନିର୍ଦେଶ ହୋଇଛି । ନିର୍ବାଚନ କମିଶନ୍ ଏହା ଉପରେ ରୋକ ଲଗାଇଛନ୍ତି । ପୁଲୱାମା ଆକ୍ରମଣ, ଭାରତର ବାୟୁସେନା ଆକ୍ରମଣ ଏବଂ ଶତ୍ରୁ କ୍ଷେତ୍ରରୁ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଫେରିବା ଘଟଣାକୁ ରାଜନୀତି ପ୍ରଚାରରେ ବ୍ୟବହାର ନ କରିବା ପାଇଁ ଭାରତର ପୂର୍ବତନ ନୌସେନା ଆଡ୍‌ମିରାଲ୍‌ ଏଲ୍‌. ରାମଦାସ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଥିଲେ । ଏନେଇ କମିଶନର ଶନିବାର ୨୦୧୩ ଡିସେମ୍ବର ୪ ତାରିଖର ଇସି ପତ୍ର ଜାରି କରିଛନ୍ତି । ଯେଉଁଥିରେ ରାଜନୈତିକ ଦଳର ନେତା ଓ ପ୍ରାର୍ଥୀଙ୍କୁ ପ୍ରତିରକ୍ଷା କର୍ମଚାରୀଙ୍କ ଫଟୋ ଓ ନାମ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି ।

Leave A Reply