ପୁଲିସ ଭ୍ୟାନ-ଟ୍ରକ ମୁହାଁମୁହିଁ ଧକ୍କା; ୨ ଯବାନ ମୃତ, ୩୦ ଆହତ

0

ଝାରସୁଗୁଡ଼ା: ଝାରସୁଗୁଡାରୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ଯାଉଥିବା ଏକ ପୁଲିସ ଭ୍ୟାନ ଗୋଟିଏ ଟ୍ରକ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଝାରସୁଗୁଡ଼ା ଓଏସଏପି ୨ନମ୍ବର ବାଟାଲିୟନର ପ୍ରଶାନ୍ତ ବେହେରା ଏବଂ ଶଙ୍କର ପ୍ରସାଦ ପନ୍ତା। ଏହି ଦୁର୍ଘଟଣାରେ ୩୦ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ବ୍ରଜରାଜନଗର ଏମସିଏଲ ମଣ୍ଡଲିଆ ହସ୍ପିଟାଲ ଏବଂ ବେଲପାହାଡ଼ ଟିଆରଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ହୋଇଥିବା ୪ ଯବାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଯବାନମାନେ ବନହରପାଲିରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଯାଉଥିଲେ। ଏନଏଚ-୪୯ ବେଲପାହାଡ଼ର ଏକ ପେଟ୍ରୋଲ ପମ୍ପ ପାଖରେ ଏକ ଟ୍ରକ ପୁଲିସ ଭ୍ୟାନକୁ ସାମ୍ନା ପଟୁ ଧକ୍କା ଦେଇଥିଲା। ଭ୍ୟାନର ସମ୍ମୁଖ ଭାଗ ଭାଙ୍ଗି ଚୁରମାର ହୋଇଯାଇଛି।

Leave A Reply