ହାଜତରେ ଯୁବକକୁ ମାଡ ମାରିବା ଅଭିଯୋଗ: ଦୁଇ ପୁଲିସ କର୍ମଚାରୀ ନିଲମ୍ବିତ

0

ଜଗତସିଂହପୁର: ଜଗତସିଂହପୁର ଥାନାର ଦୁଇ ଜଣ ପୁଲିସଙ୍କୁ ନିଲମ୍ବନ କରାଯାଇଛି। ଓଡିଶୋ ପଞ୍ଚାୟତ ସରପଞ୍ଚଙ୍କୁ ଗାଳି କରିବା ଅଭିଯୋଗରେ ପୁଲିସ ଲିଙ୍ଗରାଜ ଦାସ ନାମକ ଜଣେ ଯୁବକକୁ ଧରି ଆଣିଥିଲେ। ଥାନା ହାଜତରେ ପୁଲିସ ଯୁବକକୁ ଅତି ଅମାନୁଷିକ ଭାବେ ମାଡ ମାରି ଲହୁଲୁହାଣ କରିଥିଲା ବୋଲି ଲିଙ୍ଗରାଜଙ୍କ ବାପା ବିଜୟ ସୋମବାର ଦିନ ଏସ.ପିଙ୍କୁ ଲିଖିତ ଅଭିଯୋଗ କରିଥିଲେ । ମଙ୍ଗଳବାର ଦିନ ଏସ.ପି ଜଣେ ଏଏସଆଇ ରବିନ୍ଦ୍ରନାଥ ସେନାପତି ଓ କନେଷ୍ଟବଲ ଶିବ ଜାନିଙ୍କୁ ଏଥିପାଇଁ ନିଲମ୍ବିତ କରିଛନ୍ତି । ଅନ୍ୟଜଣେ ଏସ.ଆଇ ରଶ୍ମୀରଞ୍ଜନ ମଲ୍ଲିକଙ୍କ ବିରୁଦ୍ଧରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ.ପି ସୂଚନା ଦେଇଛନ୍ତି ।

Leave A Reply