ପୁଲିସ-ଆଇନଜୀବୀ ବିବାଦ : ନିଃସର୍ତ୍ତ କ୍ଷମା ମାଗିଲେ ପୁଲିସ କର୍ମଚାରୀ

0

କଟକ : କଟକରେ ଦୀର୍ଘ ଦିନରୁ ଚାଲିଥିବା ପୁଲିସ-ଆଇନଜୀବୀ ବିବାଦରେ ୪ଜଣ ପୁଲିସ କର୍ମଚାରୀ ନିଃସର୍ତ୍ତ କ୍ଷମା ମାଗିଛନ୍ତି। କ୍ଷମା ମାଗିବା ପରେ ବିବାଦର ସମାଧାନ ବାଟ ବାହାରିବ ବୋଲି ଆଶା କରାଯାଇଛି।

ଆଜି ଅପରାହ୍ନରେ ହାଇକୋର୍ଟ ବାର ଆସୋସିଏସନରେ ବୈଠକ ବସିବ। ସେହି ବୈଠକରେ ଆନ୍ଦୋଳନ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ହେବ। କଟକରେ ପୁଲିସ କର୍ମଚାରୀମାନେ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ମାଡ ମାରିବା ଅଭିଯୋଗ କରି ଅଗଷ୍ଟ ୨୮ତାରିଖରୁ ଆଇନଜୀବୀମାନେ ଆନ୍ଦୋଳନ ଚଳାଇଛନ୍ତି। ଆଇନଜୀବୀମାନଙ୍କ ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ୟ ହୋଇ ପାରୁନଥିବାରୁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ସମାଧାନ ଲାଗି ଅନେକ ଥର ଚେଷ୍ଟା କରାଯାଇଥିଲେ ମଧ୍ୟ ବିଫଳ ହୋଇଥିଲା। କିଛି ଦିନ ତଳେ ଡିଜିପିଙ୍କ ଅଧ୍ୟକ୍ଷତାରେ ଉଭୟ ପୁଲିସ-ଆଇନଜୀବୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପୁଲିସ କର୍ମଚାରୀମାନେ ନିଃସର୍ତ୍ତ କ୍ଷମା ମାଗିବା ପରେ ବିବାଦର ସମାଧାନ ହୋଇପାରିବ ବୋଲି ଆଶା କରାଯାଉଛି।

Leave A Reply