ଅପରାଧୀକୁ ଧରିବାବେଳେ ପାଟିରେ ଗୁଳିର ଆବାଜ କଲେ ପୁଲିସ କର୍ମଚାରୀ

0

ଲକ୍ଷ୍ମୌ .- ଏକ କୁଖ୍ୟାତ ଅପରାଧୀକୁ  ଗିରଫ କରିବାକୁ ଯିବା ସମୟରେ  ଗୁଳି ବିନିମୟର ଭ୍ରମ ସୃଷ୍ଟି  କରିବାପାଇଁ ପୁଲିସ କର୍ମଚାରୀମାନେ ପାଟିରେ ଠାଏଁ ଠାଏଁ ଶଦ୍ଦ କରିଥିଲେ । ଏହାପରେ ଅପରାଧୀକୁ ଭୟଭୀତ କରିବା ସହ ତାକୁ ଗିରଫ କରିଥିଲେ ।

ଉତ୍ତରପ୍ରଦେଶର ସମ୍ବଲ ଜିଲାରେ ରୁସ୍‌କର ନାମକ ଅପରାଧୀକୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଥିଲା । ରୁସକର ନାମରେ ବିଭିନ୍ନ ଥାନାରେ ୧୮ଟି ଅପରାଧିକ ମାମଲା ରୁଜୁ ଥିଲା । ରୁସକର ଏକ ଆଖୁ କିଆରୀ ମଧ୍ୟରେ ଲୁଚିଥିବା ପୁଲିସ ଖବର ପାଇଥିଲା । ଏହାପରେ ପୁଲିସ କର୍ମଚାରୀମାନେ କିଆରୀ କୁ ଚାରିପଟୁ ଘେରିଯାଇଥିଲେ । ପରେ ଗୁଳି ବିନିମୟର ଭ୍ରମ ସୃଷ୍ଟି କରିବା ପାଇଁ ପୁଲିସ ପାଟିରେ ଠାଏଁ ଠାଏଁ ଶଦ୍ଦ କରିଥିଲା । ପରେ ଭୟରେ ରୁସକର ଆତ୍ମସମର୍ପଣ କରିଥିଲା । ମାତ୍ର ଏହାର ଭିଡିଓ ବେଶ୍‌ ଭାଇରାଲ ହୋଇଛି ।

Leave A Reply